ଏବେ ବରିଷ୍ଠ ନାଗରିକଙ୍କୁ ରୋଜଗାର ଦେବାକୁ ସରକାରଙ୍କ ପ୍ରୟାସ, ଖୋଲିବ ନିଯୁକ୍ତି ପାଇଁ ପଞ୍ଜିକରଣ କାର୍ଯ୍ୟାଳୟ

767

କନକ ବ୍ୟୁରୋ : ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ସରକାର ଖୁସି ଖବର ଆଣିଛନ୍ତି । ସରକାର ଏବେ ବରିଷ୍ଠ ନାଗରିକଙ୍କୁ ରୋଜଗାର/ଚାକିରୀ ଦେବାକୁ ପ୍ରୟାସ କରିଛନ୍ତି । ଏହି କ୍ରମରେ ସରକାର ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଖୋଲିବାକୁ ଯାଉଛନ୍ତି । ଯାହା ମାଧ୍ୟମରେ ସରକାର ବୟସ୍କ ଲୋକଙ୍କୁ ରୋଜଗାର କିମ୍ବା ଚାକିରୀ ଦେବାକୁ ଚେଷ୍ଟା କରିବେ । ଏହି ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଶୁକ୍ରବାର ତଥା ଅକ୍ଟୋବର ପହିଲାରୁ ଖୋଲିବାକୁ ଯାଉଛି । ଏହା ସହ ସରକାର ବରିଷ୍ଠ ନାଗରିକଙ୍କ ପାଇଁ ଏକ ହେଲ୍ପଲାଇନ ନମ୍ବର ବି ଜାରି କରିବାକୁ ଯାଉଛନ୍ତି ।

ଏହି ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ମାଧ୍ୟମରେ ବରିଷ୍ଠ ନାଗରିକମାନେ ପଞ୍ଜିକରଣ କରି ସେମାନଙ୍କ ପାଇଁ ରୋଜଗାର ମାଗିପାରିବେ । ଏଭଳି ଏକ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଦେଶରେ ପ୍ରଥମଥର ପାଇଁ ଆରମ୍ଭ ହେବାକୁ ଯାଉଛି । ଏହାସହ ଏନେଇ ଏକ ପୋର୍ଟାଲ ବି ଆରମ୍ଭ କରାଯାଉଛି ।

ଏହି ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ମାଧ୍ୟମରେ ୬୦ ବର୍ଷରୁ ଉର୍ଦ୍ଧ ଯେଉଁମାନେ ଚାକିରୀ କରିବାକୁ ଚାହୁଁଛନ୍ତି ସେମାନେ ଅକ୍ଟୋବର ପହିଲାରୁ ସାମାଜିକ ନ୍ୟାୟ ଏବଂ ଅଧିକାରୀ ମନ୍ତ୍ରଣାଳୟ ଦ୍ୱାରା ଖୋଲାଯାଇଥିବା ସିନିଅର ଏବଲ ସିଟିଜେନ ଫର ରି ଏମ୍ପ୍ଲୟମେଣ୍ଟ ଇନ୍ ଡିଗ୍ନିଟି ପୋର୍ଟାଲକୁ ଯାଇ ପଞ୍ଜିକରଣ କରିପାରିବେ ।

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଏହା ଏକ ଇଣ୍ଟର ଆକ୍ଟିଭ ପ୍ଲାଟଫର୍ମ ହେବ । ଯାହା ମାଧ୍ୟମରେ ଷ୍ଟକ ହୋଲ୍ଡରମାନେ ପରସ୍ପର ସହ ଭର୍ଚୁଆଲି ମିଶି ରୋଜଗାର ବାବଦରେ ଆଲୋଚନା କରିବେ । ମନ୍ତ୍ରଣାଳୟ ତରଫରୁ ସିଆଇଆଇ, ଏଫଆଇସିସିଆଇ ଓ ଅସୋଚାମ ଭଳି ଶିଳ୍ପ କୁ ଚିଠି ଲେଖି ବରିଷ୍ଠ ନାଗରିକଙ୍କୁ ରୋଜଗାର ଦେବାରେ ସହାୟତା କରିବାକୁ କହିଛନ୍ତି ।

କହିରଖୁ କି ଏବେ ଦେଶରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥଳ ଏହି ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ସେମାନଙ୍କୁ ବେସ ସହାୟକ ହେବ । ଏକ ଆକଳନ ମୁତାବକ ୨୦୦୧ ରେ ଦେଶରେ ୭.୬ କୋଟି ବରିଷ୍ଠ ନାଗରିକ ଥିବା ବେଳେ ୨୦୧୧ ରେ ଏହା ବୃଦ୍ଧି ପାଇ ୧୦.୪ କୋଟିରେ ପହଂଚିଥିଲା । ୨୦୫୦ ସୁଦ୍ଧା ଦେଶରେ ମୋଟ ଜନସଂଖ୍ୟାର ୨୦ ପ୍ରତିଶତ ବରିଷ୍ଠ ନାଗରିକ ଥିବେ । ତେଣୁ ସେମାନଙ୍କୁ ରୋଜଗାର ଯୋଗାଇଦେଲେ ଦେଶର ଅର୍ଥନୀତି ଓ ସେମାନଙ୍କର ବାକି ଜୀବନ ସ୍ୱଚ୍ଛନ୍ଦରେ କଟିବ ବୋଲି ଆଶା କରାଯାଉଛି ।