ରାଜ୍ୟସଭାରେ ତିନି ତଲାକ୍ ବିଲ୍: ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଉପସ୍ଥାପନ କରି ରଖିଲେ ସରକାରଙ୍କ ପକ୍ଷ

ବିଜେଡି କରିବ ସମର୍ଥନ; ଚାଲିଛି ବିତର୍କ

144

କନକ ବ୍ୟୁରୋ: ରାଜ୍ୟସଭାରେ ଆଗତ ହେଲା ତିନି ତଲାକ ବିଲ । ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଲକୁ ଉପସ୍ଥାପନା କରି ସରକାରଙ୍କ ପକ୍ଷ ରଖିଛନ୍ତି । ଆଇନ ମନ୍ତ୍ରୀଙ୍କ ବିଲ ଉପସ୍ଥାପନା ପରେ ଗୃହରେ ବିତର୍କ ଚାଲିଛି । ବିଜେଡି ତିନି ତଲାକ୍ ବିଲକୁ ସମର୍ଥନ କରିବ । ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏହି ସମର୍ଥନ କଥା ଘୋଷଣା କରିଛନ୍ତି । ଲୋକସଭାରେ ଏହି ବିଲକୁ ମଂଜୁରୀ ମିଳିଛି ।ଲୋକସଭାରେ କଂଗ୍ରେସ, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ଏବଂ ଡିଏମକେ ବ୍ୟାକ୍ ଆଉଟ୍ କରିବା ପରେ ମଧ୍ୟ ଏହି ବିଲ୍ ପାରିତ ହୋଇଥିଲା ।

ତେବେ ରାଜ୍ୟସଭାରେ ଏହି ବିଲକୁ ପାସ୍ କରାଇବା ପାଇଁ କିନ୍ତୁ ବିଜେପି ପାଖରେ ସଂଖ୍ୟା ନାହିଁ । ଏଭଳି ସ୍ଥିତିରେ ଅଣ-ଏନଡିଏ ଓ ଅଣ-ୟୁପିଏ ଦଳର ସମର୍ଥନ ଉପରେ ନିର୍ଭର କରଛନ୍ତି ସରକାର । ବିଶେଷ କରି ବିଜେଡି, ତେଲେଙ୍ଗାନାର ତେଲେଙ୍ଗାନା ରାଷ୍ଟ୍ର ସମିତି ଓ ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ ଉପରେ ମୋଦି ସରକାରଙ୍କ ନଜର ରହିଛି । ଏନଡିଏର ଅଂଶୀଦାର ସଂଯୁକ୍ତ ଜନତା ପତ୍ନୀଙ୍କୁ ତିନି ଥର ତଲାକ କହି ତଲାକ୍ ଦିଆଯାଉଥିବା ବେଳେ ଏହା ଉପରେ ରୋକ୍ ଲଗାଇବା ପାଇଁ ସରକାର ଆଇନ୍ ଆଣିଛନ୍ତି, ଯେଉଁଥିରେ ଦୋଷୀଙ୍କୁ ୩ ବର୍ଷ ଯାଏଁ ଦଣ୍ଡର ବ୍ୟବସ୍ଥା ରହିଛି ।