କନକ ବ୍ୟୁରୋ : ବିହାରକୁ ଦିଆଯିବନି ସ୍ବତନ୍ତ୍ର ରାଜ୍ୟ ମାନ୍ୟତା । ଏନେଇ ଜେଡିୟୁକୁ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ସ୍ବତନ୍ତ୍ର ରାଜ୍ୟମାନ୍ୟତା ପାଇଁ ଦୀର୍ଘଦିନରୁ ଦାବି କରି ଆସୁଛି ଏନଡିଏର ସହଯୋଗୀ ଦଳ ଜେଡିୟୁ ।ତେବେ ସରକାରଙ୍କ ଏହି ନିଷ୍ପତି ବଡ ଝଟକା ସାବ୍ୟସ୍ତ ହୋଇପାରେ । ସୂଚନା ଅନୁସାରେ ଜେଡିୟୁ ସାଂସଦ ରାମପ୍ରିତ ମଣ୍ଡଳ ଲୋକସଭାରେ ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ କି ବିହାରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିବାକୁ କିଛି ଯୋଜନା ଅଛି କି? ଏହାର ଜବାବ ଦେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଥିଲେ ଏଭଳି କିଛି ଯୋଜନା ନାହିଁ । କାରଣ ମାନ୍ୟତା ପାଇଁ ବିହାର ମାନଦଣ୍ଡ ପୂରା କରିପାରୁନି । ତେବେ ଏନେଇ ଜେଡିୟୁକୁ ଟାର୍ଗେଟ କରିଛନ୍ତି ଆରଜେଡି ଓ କଂଗ୍ରେସ । ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି ।
ମୁହଁ ମୋଡିଲେ ମୋଦୀ, ଚିନ୍ତାରେ ନୀତିଶ କୁମାର । ବିହାରକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟପାହ୍ୟା, ବଢିଲା ନୀତିଶ କୁମାରଙ୍କ ଇସ୍ତଫା ଦାବି
/kanak/media/post_attachments/wp-content/uploads/2024/07/3-32.jpg)