କନକ ବ୍ୟୁରୋ: ସୁଧ ଉପରେ ପଡିବ ନାହିଁ ସୁଧ । କରୋନା କାଳରେ ବ୍ୟାଙ୍କ ଗୁଡିକ ରୁଣ ଉପରେ ମୋରାଟରିୟମ ଘୋଷଣା କରିଥିଲେ । ମାର୍ଚ୍ଚରୁ ଅଗଷ୍ଟ ୬ ମାସ ଯାଏଁ ଏହି ମୋରାଟରିୟମ ଘୋଷଣା କରାଯାଇଥିଲା । ଅର୍ଥାତ ଏହି ସମୟରେ ଲୋକଙ୍କ ରୋଜଗାର ଚାଲିଯିବା ସହ ଦରମା କାଟ ହେଉଥିବାରୁ ରୁଣ ଉପରେ ସୁଧ ପରିଷୋଧ କରିବା ପାଇଁ ଅସମର୍ଥ ଗ୍ରାହକ ଚାହିଁଲେ ସୁଧ ପରିଷୋଧ ପାଇଁ ଅତିରିକ୍ତ ସମୟ ନେଇପାରିବେ ।
ହେଲେ ଆଶଙ୍କା ଥିଲା ଯେ, ସୁଧ ପରିଷୋଧ ନକଲେ ଗ୍ରାହକଙ୍କୁ ଅତିରିକ୍ତ ସୁଧ ଦେବାକୁ ପଡିବ । ଯାହାକୁ କମ୍ପାଉଣ୍ଡ ସୁଧ ବୋଲି କୁହାଯାଏ । ହେଲେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରି କହିଛନ୍ତି ଯେ, ସୁଧ ଉପରେ ସୁଧ ଆଦାୟ ନକରିବାକୁ ବ୍ୟାଙ୍କଗୁଡିକୁ କୁହାଯାଇଛି । ସୁପ୍ରିମକୋର୍ଟରେ ସରକାର କହିଛନ୍ତି ଯେ, ଏହି ବିପତି ସମୟରେ କ୍ଷୁଦ୍ର ରୁଣକାରୀଙ୍କ ସହିତ ସରକାର ଅଛନ୍ତି । ତେଣୁ ୨ କୋଟି ଯାଏଁ ରୁଣ ଉପରେ ଏହି ଅତିରିକ୍ତ ସୁଧ ବା ସୁଧ ଉପରେ ସୁଧ ଅସୁଲ କରାଯିବ ନାହିଁ ବୋଲି ଜଣାପଡିଛି ।