କନକ ବ୍ୟୁରୋ : କର୍ଣ୍ଣାଟକ ଭଳି ଓଡ଼ିଶାରେ ବି ମେସିନ୍ ଟୁଲ୍ ପାର୍କ ପ୍ରତିଷ୍ଠା କରାଯାଇପାରିବ । ଓଡ଼ିଶା ସରକାର ୫୦୦ ଏକର ଜମି ଯୋଗାଇ ଦେଲେ ୫୦୦ କୋଟି ଟଙ୍କା ବ୍ୟୟରେ ଏଭଳି ଯନ୍ତ୍ରପାତି କାରଖାନା ପ୍ରତିଷ୍ଠା କରାଯାଇପାରିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଘୋଷଣା କରିଛନ୍ତି କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରୀ ଅନନ୍ତ ଗଙ୍ଗାରାମ ଗୀତେ । କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ କ୍ୟାପିଟାଲ୍ ଗୁଡସ ବା ପୁଞ୍ଜିଗତ ପଦାର୍ଥ ଉପରେ ଦିନିକିଆ ଜାତୀୟ ସମ୍ମିଳନୀ ଉଦଘାଟନ ଅବସରରେ ଭୁବନେଶ୍ୱରରେ ଏକଥା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଗୀତେ ।
ଅନ୍ୟପଟରେ ୨୦୩୦ ମସିହା ସୁଦ୍ଧା ଭାରତ ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଥିବା ବେଳେ କେବଳ ଓଡ଼ିଶାରୁ ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବୀରେନ୍ଦର ସିଂହ କହିଥିଲେ । ଗତ ୨୦ ବର୍ଷରେ ଓଡ଼ିଶାରେ ସାମୁଦ୍ରିକ କାରବାର ୧୦ ଗୁଣା ବଢ଼ିଥିବା ବେଳେ ବିଜୁଳି ଉତ୍ପାଦନ ୩ଗୁଣା ଓ ରାସ୍ତା ୫୦ ପ୍ରତିଶତ ବଢ଼ିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ । ସେହିଭଳି ଓଡ଼ିଶାରେ ପୁଂଜି ନିବେଶ ପାଇଁ ବ୍ୟାପକ ସୁଯୋଗ ରହିଛି ଓ ଖୁବ୍ ଶୀଘ୍ର ପାରାଦୀପ-କଳିଙ୍ଗନଗର ମଧ୍ୟରେ ୮ଲେନ୍-ବିଶିଷ୍ଟ ରାସ୍ତା ତିଆରି ହେବ ବୋଲି କେନ୍ଦ୍ର ତୈଳ ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/10/2345.jpg)
/kanak/media/post_attachments/wp-content/uploads/2018/10/a19fc91ad5def3d64d4f0aa2b81703a8-300x150.jpg)