ଜିଏସଟି କ୍ଷତି ଭରଣା ପାଇଁ ଋଣ କରିବ ଓଡିଶା: ଜିଏସଟି କାଉନସିଲ୍ ବୈଠକ ପରେ ୨୦ଟି ରାଜ୍ୟକୁ ଅନୁମତି ଦେଲେ କେନ୍ଦ୍ର ସରକାର; ଖୋଲା ବଜାରରୁ ରାଜ୍ୟ କରିବ ୨ହଜାର ୮୫୮ କୋଟି ଟଙ୍କାର ଋଣ

82

କନକ ବ୍ୟୁରୋ: ଜିଏସଟି କ୍ଷତି ଭରଣା ପାଇଁ ଋଣ କରିବ ଓଡ଼ିଶା । ଏଥିପାଇଁ ଅନୁମତି ଦେଇଛନ୍ତି । ୨୦ଟି ରାଜ୍ୟକୁ ୠଣ କରିବା ପାଇଁ ଅନୁମତି ଦିଆଯାଇଛି । ତା’ ଭିତରେ ଓଡ଼ିଶା ରହିଛି । ଓଡ଼ିଶାକୁ ୨ ହଜାର ୮୫୮ କୋଟି ଟଙ୍କା ଋଣ କରିବାକୁ ଅନୁମତି ଦିଆଯାଇଛି । ମହାରାଷ୍ଟ୍ରକୁ ସବୁଠାରୁ ଅଧିକ ୧୫ ହଜାର ୪୦୦ କୋଟି ଟଙ୍କା ୠଣ କରିବାକୁ ଅନୁମତି ମିଳିଛି । ଏହି ବିକଳ୍ପରେ ସମ୍ମତି ଜଣାଇଥିବା ୨୦ଟି ରାଜ୍ୟକୁ ୬୮ ହଜାର ୮୨୫ କୋଟି ଟଙ୍କା ଋଣ କରିବାକୁ ଅନୁମତି ମିଳିଛି ।

ଖୋଲା ବଜାରରୁ ଏହି ୠଣ କରିବେ ରାଜ୍ୟ । ଗତକାଲି ଜିଏସଟି କାଉନସିଲର ବୈଠକ ପରେ ଏହି ନିଷ୍ପତି ନିଆଯାଇଛି । ଅନେକ ରାଜ୍ୟ ଜିଏସଟି କ୍ଷତି ଭରଣା ପାଇଁ ଋଣ କରିବାକୁ ରାଜି ହୋଇନଥିଲେ । ସେହିପରି କିଛି ରାଜ୍ୟ ଦାବି କରୁଥିଲେ ଯେ କେନ୍ଦ୍ର ସରକାର ୠଣ କରି ଏହାକୁ ଭରଣା କରୁ । ଏହି ବିକଳ୍ପକୁ ଗ୍ରହଣ କରିନାହିଁ କେନ୍ଦ୍ର । କରୋନା ଯୋଗୁଁ କେନ୍ଦ୍ର ସରକାର ଜିଏସଟି କ୍ଷତିପୂରଣ ଦେବା ପାଇଁ ଅକ୍ଷମତା ପ୍ରକାଶ କରି ଋଣ କରି ଏହାକୁ ଭରଣା କରିବାକୁ ରାଜ୍ୟଗୁଡିକୁ କହିଥିଲେ ।