କନକ ବ୍ୟୁରୋ : କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଥମୁନି ବିବାଦ । ଗତକାଲି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲାପନ୍ ବନ୍ଦୋପାଧ୍ୟାୟଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରିବା ପରେ ଆଜି କେନ୍ଦ୍ର ଅଳ୍ପନ ବନ୍ଦୋପଧ୍ୟାୟଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥିବା ଜଣାପଡିଛି ।
ମେ’ ୩୧ରେ ଅଳ୍ପନ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀରେ ପହଞ୍ଚିବା ପାଇଁ କୁହାଯାଇଥିବା ବେଳେ ଦିଦି ତାଙ୍କୁ ଦିଲ୍ଲୀ ଛାଡ଼ିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମନା କରିଦେଇଥିଲେ । ଗତକାଲି ତାଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ସୋମବାର ଦିନ ଦିଲ୍ଲୀରେ ରିପୋର୍ଟ କରିବାରେ ବିଫଳ ହୋଇଥିବାରୁ ଆଜି କେନ୍ଦ୍ର ପକ୍ଷରୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି। ଏହା ସହ ତାଙ୍କୁ ୩ ଦିନ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି । ୩ଦିନ ମଧ୍ୟରେ ଉତ୍ତର ନଦେଲେ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇପାରେ ବୋଲି ଜଣାପଡିଛି ।
ଏହା ସହ ମଙ୍ଗଳବାର ଅଳ୍ପନଙ୍କୁ କାର୍ମିକ ମନ୍ତ୍ରାଳୟକୁ ଡ଼କାଯାଇଥିବା ବେଳେ ସେ ସେଠାରେ ନପହଞ୍ଚିବା ପରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି ।