କନକ ବ୍ୟୁରୋ: ନାଗରିକ ସଂଶୋଧନ ନିୟମରେ ଆଜି କିଛି ଆବେଦନକାରୀଙ୍କୁ ନାଗରିକତା ପ୍ରମାଣପତ୍ରର ଦିଆଯାଇଛି । କେନ୍ଦ୍ରୀୟ ଗୃହ ସଚିବ ଅଜୟ କୁମାର ଭଲ୍ଲା ନୂଆଦିଲ୍ଲୀରେ ୧୪ ଜଣ ଆବେଦନକାରୀଙ୍କୁ ନାଗରିକତା ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ଗୃହ ସଚିବ ଆବେଦନକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୧୧ ତାରିଖରେ ଭାରତ ସରକାର ନାଗରିକତା ସଂଶୋଧନ ଅଧିନିୟମ ଲାଗୁ କରିଥିଲେ । ଏହାପରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ, ଜୈନ, ବୁଦ୍ଧ, ପାର୍ସୀ ଏବଂ ଇସାଇ ଧର୍ମର ବ୍ୟକ୍ତି ଏଥିରେ ଆବେଦନ କରିପାରିବାର ସୁଯୋଗ ପାଇଥିଲେ । ତେବେ ୨୦୧୪ ମସିହା ଡିସେମ୍ବର ୩୧ ତାରିଖ ପୂର୍ବରୁ ଯେଉଁ ଲୋକମାନେ ଧାର୍ମିକ ଉତ୍ପୀଡନର ଶିକାର ହେଇଥିଲେ, ସେହି ଲୋକମାନଙ୍କୁ ଭାରତରେ ନାଗରିକତା ପ୍ରଦାନ କରିବାର ନିୟମ ରହିଛି ।
CAAରେ ୧୪ ଜଣଙ୍କୁ ମିଳିଲା ଭାରତୀୟ ନାଗରିକତା । ଆବେଦନକାରୀଙ୍କୁ ମିଳିଲା ସାର୍ଟିଫିକେଟ୍ ।
/kanak/media/post_attachments/wp-content/uploads/2024/05/Capture-11.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)