ଗ୍ରାମାଞ୍ଚଳରେ ସଂକ୍ରମଣ ବଢିଲେ,ଚାପ ସହିପାରିବ ତ ଚିକିତ୍ସା ଭିତ୍ତିଭୂମି? ଗ୍ରାମାଞ୍ଚଳ ପାଇଁ କେନ୍ଦ୍ର ଜାରି କଲା ନୂଆ ଗାଇଡଲାଇନ ।

326

କନକ ବ୍ୟୁରୋ: କିଛି ଦିନ ହେଲା ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଅନୁମାନ କରାଯାଉଛି ଦେଶର ସହରାଞ୍ଚଳରେ କରୋନା ଶୀର୍ଷରେ ପହଂଚି ସାରିଥିବା ବେଳେ ଗାଁ ଗହଳିରେ ଶୀର୍ଷ ଛୁଇଁବାକୁ ଆହୁରି ବାକି ଅଛି । ଓଡ଼ିଶାର ଆଦିବାସୀ ଅଧୁଷିତ ନିୟମଗିରି ଓ ମାଲକାନଗିରିର ବଣ୍ଡା ଜନଜାତିଙ୍କ ଭିତରେ କରୋନା ସଂକ୍ରମଣ ଦେଖା ଦେବା ପରେ ଏହା ସରକାରଙ୍କୁ ଚିନ୍ତାରେ ପକାଇଛି । ପ୍ରଶ୍ନ ଉଠୁଛି କରୋନା ସଂକ୍ରମଣର ଏହି ଚାପ ସମ୍ଭାଳିବାକୁ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଅଛି ତ? ଏହାକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳ ପାଇଁ ନୂଆ ଗାଇଡଲାଇନ ଜାରି କରିଛି କେନ୍ଦ୍ର । ଏଥିରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ କୁହାଯାଇଛି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବନ୍ଦୋବସ୍ତ କରିବାକୁ କୁହାଯାଇଛି ।