ଗତ ସେପ୍ଟେମ୍ବର ୧ ତାରିଖରେ ଦେଶର ଅନେକ ରାଜ୍ୟରେ ନୂଆ ମୋଟର ହ୍ୱିକଲ୍ ଆକ୍ଟ ଲାଗୁ ହେବା ପରେ ଟ୍ରାଫିକ୍ ନିୟମ କଡାକଡି ହୋଇଯାଇଛି । ଭାରି ଜୋରିମାନା ସାଙ୍ଗକୁ ଲୋକଙ୍କୁ ଟ୍ରାଫିକ୍ ନିୟମ ନ ମାନିଲେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ତ ନିହାତି ଉଠୁଥିବ ଯେ ଟ୍ରାଫିକ ଚାଲାଣ ରୁୁପେ କଟାଯାଉଥିବା ଟଙ୍କା କେନ୍ଦ୍ର ପାଖକୁ ଯାଉଛି ନା ରାଜ୍ୟ ପାଖକୁ?
କାହା ଖାତାକୁ ଯାଉଛି ଚାଲାଣରେ କଟିଥିବା ରାଶି?
କୌଣସି ରାଜ୍ୟରେ ଟ୍ରାଫିକ୍ ପୋଲିସ୍ ଦ୍ୱାରା କଟାଯାଉଥିବା ଚାଲାଣ୍ ରାଜ୍ୟ ସରକାରଙ୍କ ଖାତାକୁ ଯାଏ । ଅନ୍ୟପକ୍ଷରେ କେନ୍ଦ୍ରଶାସିତ ପ୍ରଦେଶରେ କଟିଥିବା ଚାଲାଣର ରାଶି କେନ୍ଦ୍ର ସରକାରଙ୍କ ଖାତାକୁ ଯାଇଥାଏ ।
ଯଦି କୋର୍ଟରେ ମାମଲା ପହଞ୍ଚେ ତେବେ ? :
ଅନେକ ଥର ଏମିତି ହୋଇଛି ଯେ ଚାଲାଣ ରାଶି ଅଦାଲତରେ ପହଞ୍ଚିଛି । ଏଭଳି ପରିସ୍ଥିତିରେ ମଧ୍ୟ ରାଶି ରାଜ୍ୟ ସରକାରଙ୍କ ପାଖକୁ ହିଁ ଯାଇଥାଏ । କିନ୍ତୁ ଦିଲ୍ଲୀ ସମେତ ଅନ୍ୟ କେନ୍ଦ୍ରଶାସିତ ରାଜ୍ୟମାନଙ୍କରେ ଏହି ଧାରା ସାମାନ୍ୟ ବଦଳିଯାଏ । ଯଦି ଦିଲ୍ଲୀରେ ଟ୍ରାଫିକ୍ ପୋଲିସ୍ ଆପଣଙ୍କ ଚାଲାଣ କାଟୁଛି ତେବେ ଏହି ରାଶି କେନ୍ଦ୍ର ସରକାରଙ୍କ ଖାତାକୁ ଯିବ ।
ଜାତୀୟ ରାଜପଥରେ ଚାଲାଣ କଟିଲେ ? :
ଯଦି ଜାତୀୟ ରାଜପଥରେ ଆପଣଙ୍କ ଚାଲାଣ କଟୁଛି ତେବେ ଏଭଳି ସ୍ଥିତିରେ ଜୋରିମାନା ରାଶି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଭିତରେ ବାଣ୍ଟି ହୋଇଯାଏ । ରାଜ୍ୟ ରାଜପଥରେ କଟୁଥିବା ଚାଲାଣ ରାଜ୍ୟ ସରକାରଙ୍କ ଖାତାକୁ ଚାଲିଆସେ ।
ଏବେ ପର୍ଯ୍ୟନ୍ତ କଟାଯାଇଥିବା ୩ ଟି ବଡ ଚାଲାଣ ରାଶି :
୧ . ଗତ ୧୨ ସେପ୍ଟେମ୍ବରରେ ଚାଲାଣର ସବୁଠାରୁ ବଡ ରାଶି ଦିଲ୍ଲୀର ଜଣେ ଟ୍ରକ୍ ଡ୍ରାଇଭରଙ୍କ ଠାରୁ କଟାଯାଇଥିଲା । ଏହି ଟ୍ରକ୍ ଚାଲାଣର ନୂଆ ଜରିମାନା ରାଶି ୨,୦୦,୫୦୦ ଟଙ୍କା ହୋଇଥିଲା । ଓଭରଲୋର୍ଡିଙ୍ଗ୍ ର ଚାଲାଣ କଟିଥିବା ଏହି ଟ୍ରକ୍ ର ଜରିମାନା ରାଶି କୋର୍ଟରେ ଜମା କରିଥିଲେ ଟ୍ରକ୍ ମାଲିକ ।
୨ . ଗତ ୫ ସେପ୍ଟେମ୍ବରରେ ଦିଲ୍ଲୀର ରାଜସ୍ଥାନ ପ୍ଲେଟ୍ ଥିବା ଏକ ଟ୍ରକରୁ ୧,୪୧,୭୦୦ ଟଙ୍କାର ଚାଲାଣ କଟାଯାଇଥିଲା । ଯାହାର ରାଶିକୁ ସେପ୍ଟେମ୍ବର ୯ ତାରିଖରେ ଟ୍ରାଫିକ୍ କୋର୍ଟରେ ଜମା କରାଯାଇଥିଲା । ଏହି ଚାଲାଣ ବି ଓଭରଲୋର୍ଡିଙ୍ଗକୁ ହିଁ ନେଇ କରାଯାଇଥିଲା ।
୩ . ଗତ ୩ ସେପ୍ଟେମ୍ବରରେ ଓଡିଶାର ସମ୍ବଲପୁରରେ ଜଣେ ଟ୍ରକ୍ ଡ୍ରାଇଭରଙ୍କ ଉପରେ ୮୬,୫୦୦ ଟଙ୍କାର ଜରିମାନା ଲାଗିଥିଲା । ଆରଟିଓ ଅଫିସରେ ଏହି ରାଶିକୁ ଭରିଥିଲେ ଚାଳକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/RUPEE.jpg)
/kanak/media/post_attachments/wp-content/uploads/2019/09/mumbai-traffic-story_647_080317121505-300x187.jpg)
/kanak/media/post_attachments/wp-content/uploads/2019/09/13994339-tpQT_6-300x186.jpg)