କନକ ବ୍ୟୁରୋ: ନୂଆ କୃଷି ଆଇନକୁ ନେଇ କୃଷକଙ୍କ ଆନ୍ଦେଳନ ୨୫ ଦିନରେ ପହଂଚିିଛି । ତିନୋଟି କୃଷି ଆଇନକୁ ହଟାଇବା ଦାବିରେ କୃଷକ ରାସ୍ତାରେ ଥିବା ବେଳେ ସାକ୍ଷାତ, ଆଲୋଚନା ମଧ୍ୟ ଜାରି ରହିଛି । ଏହି କ୍ରମରେ ଶନିବାର କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ଦିଲ୍ଲୀ ସ୍ଥିତ ବାସଭବନରେ କେନ୍ଦ୍ର କୃଷମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ।
ଦୁଇ ନେତାଙ୍କ ମଧ୍ୟରେ ନୂଆ କୃଷି ଆଇନ ଓ କୃଷକଙ୍କ ଆନ୍ଦୋଳନକୁ ନେଇ ଆଲଚୋନା ହୋଇଛି । ଆଲୋଚନା ପରେ ଖଟ୍ଟର କହିଛନ୍ତି, କୃଷକ ଆନ୍ଦୋଳନର ସମାଧାନ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । କଥାବାର୍ତା ଜରିଆରେ ସମାଧାନର ବାଟ ଫିଟାଇବାକୁ ଉଦ୍ୟମ କରାଯାଉଛି । ଆଗମୀ ଦିନେ ଦୁଇଦିନ ଭିତରେ ଆନ୍ଦୋଳନରତ କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ହୋଇପାରେ । ସେପଟେ କୃଷକମାନେ କହିଛନ୍ତି କଳା କୃଷି ଆଇନ ନହଟିବା ଯାଏଁ ପ୍ରଦର୍ଶନ ଜାରି ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/8-13.jpg)