କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତି । ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି, ଆହୁରି ୫ ବର୍ଷ ମାଗଣା ଚାଉଳ

86

କନକ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟର ଗୁୁରୁତ୍ୱପୂର୍ଣ୍ଣ ନିଷ୍ପତି । ଆହୁରି ୫ବର୍ଷ ମିଳିବ ମାଗଣା ଚାଉଳ । ୨୦୨୪ରୁ ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ । ଏହି ଯୋଜନାରେ ପ୍ରାୟ ୮୧କୋଟି ହିତାଧିକାରୀ ଉପକୃତ ହେବେ । ୫ବର୍ଷ ପାଇଁ ୧୧ଲକ୍ଷ କୋଟି ଖର୍ଚ୍ଚ କରିବେ ସରକାର । କୋଭିଡ ମହାମାରୀ ସମୟରେ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ଏଥିସହ ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ଡ୍ରୋନ ଯୋଗାଇବାକୁ ଅନୁମୋଦନ ମିଳିଛି । ମହିଳାମାନଙ୍କୁ ଡ୍ରୋନ ଉଡାଇବାକୁ ମଧ୍ୟ ତାଲିମ ଦିଆଯିବ । ଯାହା ଦ୍ୱାରା ମହିଳା ଚାଷୀ ସହଜରେ ଡ୍ରୋନ ସାହାର୍ଯ୍ୟରେ ଚାଷଜମିରେ ସାରା ଓ ବିଷ ପକାଇପାରିବେ । ୧୫ହଜାର ମହିଳା ଉପକୃତ ହେବେ । ୨୦୨୬ ପର୍ଯ୍ୟନ୍ତ ଚାଲିବ ଏହି ଯୋଜନା । ମୋଟ ୧୨୬୧ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର ।