କନକ ବ୍ୟୁରୋ : ନିରାପତ୍ତା ବଳକୁ ଅଖଣ୍ଡ କ୍ଷମତାଶୀଳ କରୁଥିବା ବିବାଦୀୟ ଆଇନ ‘AFSPA’କୁ ‘ନାଗାଲାଣ୍ଡରେ ଆହୁରି ୬ ମାସ ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ, ଡିସେମ୍ବର ୪ ତାରିଖ ଦିନ ବିଦ୍ରୋହୀ ଭ୍ରମରେ ସେନା ଅତର୍କିତ ଭାବେ ସାଧାରଣଜନତାଙ୍କୁ ଗୁଳି କରି ମାରିବା ଘଟଣାର କୋର୍ଟ ଯାଞ୍ଚ ଚାଲିଛି।

Advertisment

‘AFSPA ବଳରେ ‘ବିଶୃଙ୍ଖଳିତ ଅଞ୍ଚଳ’ ଘୋଷିତ ଯେକୌଣସି ସ୍ଥାନରେ ଅବାଧ ଅଭିଯାନ ଚଳାଇବା ଲାଗି ସେନା ଅଖଣ୍ଡ କ୍ଷମତା ପାଇଥାଏ। ‘‘AFSPA’ ଅଭିଯାନ ଚାଲୁଥିବା ଅଞ୍ଚଳର କୌଣସି ସାମରିକ କର୍ମଚାରୀଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ମଞ୍ଜୁରି ବିନା ବଳପୂର୍ବକ ମାମଲା ରୁଜୁ କରାଯାଇ ପାରିବ ନାହିଁ।

ଏହି ଆଇନ ଆଜି ଅଥାର୍ତ ଡିସେମ୍ବର ୩୦ରେ ଶେଷ ହେଉଥିଲା । କିନ୍ତୁ କେନ୍ଦ୍ର ସରକାର ଏକ ନୂଆ ଅଧିସୂଚନା ଜାରି କରି ଏହାକୁ ଆଉ ୬ ମାସ ପାଇଁ ବୃଦ୍ଧି କରିଛନ୍ତି । ଏହାଛଡା ନାଗାଲାଣ୍ଡରେ ସେନାର ଗୁଳିମାଡରେ ୧୪ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିବା ବେଳେ ଏହାର ଯାଞ୍ଚକୁ ଜୋରଦାର କରାଯାଇଛି । ନାଗାଲାଣ୍ଡ ଏସଆଇଟିର ସଦସ୍ୟ ସଂଖ୍ୟାକୁ ୮ ଜଣରୁ ବୃଦ୍ଧି କରି ୨୨ ଜଣ କରାଯାଇଛି । ଯେଉଁଥିରେ ୫ ଜଣ ଆଇପିଏସ ରହିଛନ୍ତି । ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନିତ୍ୱ କରିବାକୁ ଏହି ଏସଆଇଟି ଟିମକୁ ୭ ଭାଗରେ ବିଭକ୍ତ କରାଯାଇଛି ।

ତେବେ ଏହାପୂର୍ବରୁ ‘ଏ‘AFSPA’ ପ୍ରତ୍ୟାହାର କରି ନେବାକୁ ‘ନାଗାଲାଣ୍ଡ ରାଇଟ୍‌ସ୍‌ ଗ୍ରୁପ୍ସ୍’ ଏବଂ ରାଜ୍ୟ ସରକାର ମଧ୍ୟ ଦାବି କରି ଆସୁଛନ୍ତି। ଦୀର୍ଘ ଦିନ ହେବ ‘ବିଶୃଙ୍ଖଳିତ ଅଞ୍ଚଳ’ ଭାବେ ରହି ଆସୁଥିବା ନାଗାଲାଣ୍ଡରେ କିଛି ବର୍ଷ ହେବ ପ୍ରତି ୬ ମାସରେ ଥରେ ‘AFSPA’ ସମୟ ସୀମା ବୃଦ୍ଧି କରାଯାଉଛି।

ଉତ୍ତରପୂର୍ବ, ବିଶେଷକରି ନାଗାଲାଣ୍ଡରୁ ‘ଏଏଫଏସ୍‌ପିଏ’ ଉଚ୍ଛେଦ କରିବା ଲାଗି ଦାବି ଉପସ୍ଥାପନ କରିବା ପାଇଁ ଡିସେମ୍ବର ୨୦ ତାରିଖ ଦିନ ନାଗାଲାଣ୍ଡ ବିଧାନସଭା ସର୍ବସମ୍ମତିକ୍ରମେ ପଣ କରିଥିଲା। ନାଗାଲାଣ୍ଡରୁ ‘‘AFSPA’ ପ୍ରତ୍ୟାହାର ସମ୍ଭାବନା ପ୍ରସଙ୍ଗ ଅନୁଶୀଳନ ପାଇଁ ବିଶିଷ୍ଟ ଅମଲା ବିବେକ ଯୋଶୀଙ୍କ ଅଧୀନରେ ଏକ ୫ଜଣିଆ ସଦସ୍ୟବିଶିଷ୍ଟ କମିଟି ମଧ୍ୟ ଗଠିତ ହୋଇଥିଲା ।