ଏବେବି କମିନି ତୈଳ ଦର! ତେଜୁଛି ରାଜନୀତି, ବଢୁଛି ଜନ ଅସନ୍ତୋଷ

190

କନକ ବ୍ୟୁରୋ: ପେଟ୍ରୋଲ ଓ ଡିଜେଲର ଦରରେ ସାମାନ୍ୟ ହ୍ରାସ ସହ ତେଜୁଛି ରାଜନୀତି । ଅସଲ କଥା ହେଉଛି ୧୬ଟି ରାଜ୍ୟ ଓ ୭ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଭ୍ୟାଟ କାଟ ହୋଇଥିବାବେଳେ ଅନ୍ୟ ୧୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଏଯାଏଁ କମିନି ତୈଳ ଦର । କ୍ଷତି ସହିବା ଆଳରେ ଭ୍ୟାଟ କାଟ କରିବାକୁ ଏଠିକାର ରାଜ୍ୟ ସରକାର ମନା କରୁଥିବା କୁହାଯାଉଛି । ଅନ୍ୟପଟେ କେନ୍ଦ୍ର ଟାଳଟୁଳ ନୀତି କରୁଛି ବୋଲି କୁହାଯାଉଛି ।

ଚଳିତ ବର୍ଷ ଜୁଲାଇ ପରେ ପ୍ରଥମ ଥର ପାଇଁ ଦେଶର ସମସ୍ତ ରାଜ୍ୟ ଓ ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳରେ ପେଟ୍ରୋଲ ୧୦୦ ଟଙ୍କା ତଳକୁ ବିକ୍ରି ହେଉଥିଲା । ହେଲେ ଗତ ଦୁଇ ମାସରେ ହଠାତ୍ ତୈଳ ଦରରେ ଅହେତୁକ ବୃଦ୍ଧି ପାଇଁ ସର୍ବାଧିକ ୧୨୫ଟଙ୍କାରେ ପହଂଚିଥିଲା । ଏହାକୁ ସାରା ଦେଶରେ ଜନ ଅସନ୍ତୋଷ ଦେଖାଦେବା ସହ ବିରୋଧୀ ଆନ୍ଦୋଳନ ଆରମ୍ଭ କରିଥିଲେ । ଫଳରେ ଶୁକ୍ରବାର ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ତୈଳ ଉପରୁ ଭ୍ୟାଟ କାଟ କରଛନ୍ତି । ଫଳରେ ବିଜେପି ଓ ତାର ସହଯୋଗୀ ଦଳଙ୍କ ସରକାର ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ତୈଳ ଦର ହ୍ରାସ ପାଇ ପୁଣି ୧୦୦ ଟଙ୍କା ପାଖାପାଖି ହୋଇଛି ।

ଅନ୍ୟପଟେ ସରକାରଙ୍କ ଏପରି ନିଷ୍ପତ୍ତିରୁ ବାଦ ପଡିଛନ୍ତି । କର୍ଣ୍ଣାଟକ, ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆପ୍ ଶାସିତ ଦିଲ୍ଲୀ, ଟିଏମସି ଶାସିତ ପଶ୍ଚିମବଙ୍ଗ, ଡିଏମକେ ଶାସିତ ତାମିଲନାଡୁ, ଟିଆରଏସ୍ ଶାସିତ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ, ଏନସିପି ସତ୍ତାରୁଢ ମେଘାଳୟ, ଝାରଖଣ୍ଡ, କଂଗ୍ରେସ ଶାସିତ ପଂଜାବ, ରାଜସ୍ଥାନ ଓ ଆଣ୍ଡାମାନ ନିକୋବରରେ ଏବେବି ତୈଳ ଦର ଅପରିବର୍ତ୍ତିତ ରହିଛି । ଏପରି ପାତରଅନ୍ତର ନୀତିକୁ ନେଇ ନେଇ ସରଗରମ ହେବାରେ ଲାଗିଛି ରାଜନୀତି । କିନ୍ତୁ ଓଡିଶା ଏକମାତ୍ର ରାଜ୍ୟ ଯେଉଁଠାରେ ବିରୋଧୀ ସରକାର ଥିଲେ ବି ତୈଳ ଦର ହ୍ରାସ ପାଇଛି ।