କନକ ବ୍ୟୁରୋ : କେନ୍ଦ୍ର ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକ ସେପ୍ଟେମ୍ବର ୧୭ ତାରିଖରେ ଅନୁଷ୍ଠିତ ହେବ । ବୈଠକକୁ ଏଥିପାଇଁ ମହତ୍ୱପୂର୍ଣ୍ଣ ବୋଲି ଭାବିବାକୁ ପଡୁଛି କାରଣ ସ୍ୱତନ୍ତ୍ର ଅଧିବେଶନରେ କଣ ଆଲୋଚନା ହେବ ସେ ନେଇ ଏପର୍ଯ୍ୟନ୍ତ ସରକାର କୌଣସି ସ୍ପଷ୍ଟ କରିନାହାଁନ୍ତି । ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେ୍ମ୍ବର ୧୮ ରୁ ୨୨ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ।

Advertisment

ସେପଟେ ବିନା ପ୍ରସଙ୍ଗରେ ସ୍ୱତନ୍ତ୍ର ଅଧିବେଶନ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । କଂଗ୍ରେସ କହିଛି କି ଅଧିବେଶନ ଆରମ୍ଭ ହେବାକୁ ମାତ୍ର କିଛିଦିନ ବାକି ରହିଛି ହେଲେ ଜଣେ ବ୍ୟକ୍ତି ବ୍ୟତୀତ ଅନ୍ୟ କେହି ସ୍ୱତନ୍ତ୍ର ଅଧିବେଶନର ପ୍ରସଙ୍ଗ କଣ ତାହା ଜାଣିନାହାଁନ୍ତି । ଏନେଇ କଂଗ୍ରେସ ନେତା ଜୟରାମ ରମେଶ ସଂସଦର କିଛି ବିଶେଷ ଅଧିବେଶନ ବାବଦରେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ କହିଛନ୍ତି କି ବିଶେଷ ଅଧିବେଶନ ପୂର୍ବରୁ କର୍ଯ୍ୟସୂଚୀର ସୂଚନା ଉପଲବ୍ଧ କରାଯାଇଥାଏ ।

କଂଗ୍ରେସର ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପୋଟେଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଆଗାମୀ ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ମୁମ୍ବାଇକୁ ମହାରାଷ୍ଟ୍ରରୁ ଅଲଗା କରି ଏକ କେନ୍ଦ୍ରଶାସିତ ପ୍ରଦେଶ ଭାବେ ଘୋଷଣା କରିବେ ।