ସିବିଆଇ ଓ ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୫ବର୍ଷ ବୃଦ୍ଧି : ଅଧ୍ୟାଦେଶ ଆଣିଲେ କେନ୍ଦ୍ର ସରକାର, ମଞ୍ଜୁର ଦେଲେ ରାଷ୍ଟ୍ରପତି 

 ଶୀତକାଳିନ ଅଧିବେଶନରେ ଆଣିପାରନ୍ତି ଆଇନ

75

କନକ ବ୍ୟୁରୋ : ସିବିଆଇ ଓ ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳକୁ ୫ ବର୍ଷ ବୃଦ୍ଧି କଲେ କେନ୍ଦ୍ର ସରକାର । ଭାରତ ସରକାର ଏଥିପାଇଁ ଏକ ଅଧ୍ୟାଦେଶ ଆଣି ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ନଭେମ୍ବର ୨୯ରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାର ପୂର୍ବରୁ, କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ୨୦୨୧ ନାମକ ଏହି ଅଧ୍ୟାଦେଶକୁ ଆଣିଛନ୍ତି କେନ୍ଦ୍ର ସରକାର  । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଧ୍ୟାଦେଶକୁ ମଞ୍ଜୁର ଦେଇଛନ୍ତି । ଏହାକୁ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାର ସଂସଦରେ ଏକ ଆଇନ ପ୍ରଣୟନ କରିବେ ବୋଲି ଆଶା କରାଯାଉଛି ।

ବର୍ତ୍ତମାନ ସିବିଆଇର ନିର୍ଦ୍ଦେଶକ ଅଛନ୍ତି ୧୯୮୫ ବ୍ୟାଚର ଆଇପିଏସ ଅଧିକାରୀ ସୁବୋଧ କୁମାର ଜୈସୱାଲ । ସେ ୨୦୨୧ରେ ଦୁଇ ବର୍ଷ ପାଇଁ ନିଯୁକ୍ତ ହୋଇଥିଲେ । ସେହିପରି ଆଇଆରଏସ ଅଧିକାରୀ ସଞ୍ଜୟ କୁମାର ମିଶ୍ର ଇଡି ବା ପ୍ରବର୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଅଛନ୍ତି । ନଭେମ୍ବର ୨୦୧୮ରେ ତାଙ୍କୁ ଇଡିର ନିର୍ଦ୍ଦେଶକ ଭାବେ ନିଯୁକ୍ତ ମିଳିଥିଲା । ନଭେମ୍ବର ୨୦୨୦ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ତାଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ବୃଦ୍ଧି କରାଯାଇଥିଲା ।