ରାମମନ୍ଦିର ପ୍ରତିଷ୍ଠା ପୂର୍ବରୁ ୧୦୦ ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ଲକ୍ କଲା କେନ୍ଦ୍ର, ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ବ୍ୟାପକ ପଦକ୍ଷେପ ।

Advertisment
ରାମମନ୍ଦିର ପ୍ରତିଷ୍ଠା ପୂର୍ବରୁ ୧୦୦ ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ଲକ୍ କଲା କେନ୍ଦ୍ର, ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ବ୍ୟାପକ ପଦକ୍ଷେପ ।

କନକ ବ୍ୟୁରୋ: ସୋମବାର ହେବାକୁ ଥିବା ରାମମନ୍ଦିର ପ୍ରତିଷ୍ଠା ସମାରୋହ ପୂର୍ବରୁ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଖରାପ କରିବା ପାଇଁ କରାଯାଉଥିବା ସନ୍ଦେହଜନକ କାର୍ୟ୍ୟକଳାପ କିମ୍ବା ପ୍ରୟାସ ଉପରେ ନଜର ରଖିବାକୁ କେନ୍ଦ୍ର ସରକାର ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେବା ସହ ପ୍ରାୟ ୧୦୦ଟି ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗୃହ ମନ୍ତ୍ରଣାଳୟ, ସୂଚନାପ୍ରଯୁକ୍ତି ମନ୍ତ୍ରଣାଳୟ, ସିଇଆର୍‌ଟି-ଆଇଏନ୍ ଏବଂ ଗୁଇନ୍ଦା ବ୍ୟୁରୋ (ଆଇବି)ର ଅଧିକାରୀଙ୍କୁ ନେଇ ଗଠିତ ସାଇବର ବିଶେଷଜ୍ଞଙ୍କ ଏକ ଟିମ୍ ଅଯୋଧ୍ୟାକୁ ପଠାଯାଇଛି। ଶ୍ରୀରାମ ମନ୍ଦିରକୁ ନେଇ କୌଣସି ନକଲି/ଡିପ୍ ଫେକ୍ ଭିଡିଓକୁ ତୁରନ୍ତ ହଟାଇ ଏଭଳି ଘଟଣାକୁ ଗୃହ ମନ୍ତ୍ରଣାଳୟ, ନର୍ଥବ୍ଲକର କଣ୍ଟ୍ରୋଲ ରୁମକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। କିଛି ଭୁଲ୍ ବିଷୟବସ୍ତୁ ମିଳିବା ପରେ କେନ୍ଦ୍ର ସରକାର ଇନ୍‌ଷ୍ଟାଗ୍ରାମ୍‌, ଫେସ୍‌ବୁକ୍, ୟୁଟ୍ୟୁବ୍ ଏବଂ ଏକ୍ସର ପ୍ରାୟ ୧୦୦ଟି ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ କରିଦେଇଛନ୍ତି ଏବଂ ମିଥ୍ୟା ଖବର ପାଇଁ ଅଧିକ ସତର୍କ ରହିବାକୁ କର୍ତ୍ତୃପକ୍ଷ କହିଛନ୍ତି।

ଗୃହ ମନ୍ତ୍ରାଳୟ ଏହା ମଧ୍ୟ କହିଛି ଯେ ସାମ୍ପ୍ରତିକ କାର୍ୟ୍ୟକଳାପ ସୂଚାଉଛି ଯେ ବିଶ୍ୱ ଜିହାଦୀ ଗୋଷ୍ଠୀ ଏବଂ ପାକିସ୍ତାନୀ ସଙ୍ଗଠନ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଜାନୁଆରି ୧୯ରେ ଗୃହ ମନ୍ତ୍ରଣାଳୟର ଜଣେ ଉପସଚିବ ପାହ୍ୟାର ଅଧିକାରୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଡିଜି ଓ ପୁଲିସ କମିଶନରଙ୍କୁ ଚିଠି ଲେଖିଥିଲେ। ଚିଠିରେ ଅଧିକାରୀ ଜଣକ ଲେଖିଛନ୍ତି, ଅଯୋଧ୍ୟାରେ ରାମମନ୍ଦିର ଉଦ୍‌ଘାଟନ ସମାରୋହ ପୂର୍ବରୁ ସନ୍ଦେହଜନକ କାର୍ୟ୍ୟକଳାପ କିମ୍ବା ସାମ୍ପ୍ରଦାୟିକ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଖରାପ କରିବାକୁ ଚେଷ୍ଟା କରାଯାଉଥିବାରୁ ସାଇବର ସ୍ପେସ୍/ସୋସିଆଲ୍ ମିଡିଆର ଗତିବିଧି ଉପରେ ନିରନ୍ତର ନଜର ରଖାଯିବା ଦରକାର। ସମ୍ବେଦନଶୀଳ ଅଞ୍ଚଳରେ ଅଧିକ ପୁଲିସ ମୁତୟନ କରିବାକୁ ମଧ୍ୟ ଗୃହ ମନ୍ତ୍ରାଳୟ ପୁଲିସ ମୁଖ୍ୟମାନଙ୍କୁ କହିଛି। ମୁସଲମାନ ଅଧ୍ୟୁଷିତ ଅଞ୍ଚଳ ଦେଇ ଶୋଭାଯାତ୍ରା ସମୟରେ ଅଧିକ ସତର୍କ ରହିବା ସହ ପର୍ୟ୍ୟାପ୍ତ ଆଇନଶୃଙ୍ଖଳା ବ୍ୟବସ୍ଥା କରିବାକୁ ସମସ୍ତ ପୁଲିସ ମୁଖ୍ୟଙ୍କୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe