କନକ ବ୍ୟୁରୋ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ ନଭେମ୍ବର ୮ରେ ଅବସର ନେବାକୁ ଯାଉଛନ୍ତି । ବର୍ତ୍ତମାନ ତାଙ୍କର ଉତ୍ତରାଧିକାରୀ କିଏ ହେବେ ଏହାକୁ ନେଇ କେନ୍ଦ୍ର ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି । କେନ୍ଦ୍ର ସରକାର ୪୯ ତମ ସିଜେଆଇ ଜଷ୍ଟିସ ଉଦୟ ଉମେଶ ଲଳିତଙ୍କୁ ପତ୍ର ଲେଖି ନିଜର ଉତ୍ତରାଧିକାରୀଙ୍କ ନାମ ପ୍ରସ୍ତାବ ଦେବାକୁ କହିଛନ୍ତି ।

Advertisment

ସୂଚନା ଅନୁସାରେ ଆଇନ ବିଭାଗ ଶୁକ୍ରବାର ଏନେଇ ଚିଠି ଲେଖିଛି । ମୁଖ୍ୟ ବିଚାରପତି ଜଷ୍ଟିସ ଲଳିତ ନଭେମ୍ବର ୮ରେ ଅବସରେ ନେଉଥିବାରୁ ପରବର୍ତ୍ତୀ ମୁଖ୍ୟ ବିଚାରପତି କିଏ ହେବେ ତାକୁ ନେଇ ରେସ ଆରମ୍ଭ ହୋଇଛି । ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ବର୍ତ୍ତମାନ ସୁପ୍ରି୍ମକୋର୍ଟର ସବୁଠାରୁ ସିନିୟର ଜଜ । ତେଣୁ ସେ ଏହି ପଦର ପ୍ରମୁଖ ଦାବିଦାର । ଜଷ୍ଟିସ ୟୁ ୟୁ ଲଳିତ ନିଜର ଉତ୍ତରାଧିକାରୀ ଭାବେ ତାଙ୍କ ନାଁକୁ ସୁପାରିଶ କରିପାରନ୍ତିା ଯଦି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନାଁରେ ମୋହର ବାଜେ ତେବେ ସେ ଦେଶର ୫୦ତମ ପ୍ରଧାନ ବିଚାରପତି ହେବେ ।