କନକ ବ୍ୟୁରୋ: ଓଡିଶା ସମେତ ୬ଟି ରାଜ୍ୟରୁ  ପ୍ରାକୃତିକ ଦୁର୍ବିପାକ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର ।  କେନ୍ଦ୍ରୀୟ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଏହାକୁ ଅନୁମୋଦନ କରିଛି । ମୋଟ ୬ ରାଜ୍ୟ ପାଇଁ ମୋଟ ୪ ହଜାର ୩୮୧ କୋଟି  ୮୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏଥିମଧ୍ୟରେ  ଓଡିଶାକୁ ଅମ୍ଫାନର ଅତିରିକ୍ତ ସହାୟତା  ବି ସାମିଲ ଅଛି । ଏଥମଧ୍ୟରେ ଓଡିଶା ପାଇଁ ରହିଛି ୧୨୮ କୋଟି ୨୩ ଲକ୍ଷ । ବାତ୍ୟା ଅମ୍ଫନ, ନିସର୍ଗ  ବନ୍ୟା ଓ ଭୂସ୍ଖଳନ ପାଇଁ ଏହି ସହାୟତା ରାଶି  ଘୋଷଣା କରାଯାଇଛି । ଓଡିଶା, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ସିକିମକୁ ଏହି ସହାୟତା ରାଶି ଘୋଷଣା କରାଯାଇଛି ।  ଅମ୍ଫାନ କ୍ଷୟକ୍ଷତି ପାଇଁ ସରକାର କେନ୍ଦ୍ର ନିକଟରେ ୨୦ ହଜାର କୋଟି ଦାବି କରିଥିଲେ ।

Advertisment