କନକ ବ୍ୟୁରୋ : ଦିପାବଳୀ ନଭେମ୍ବର ୧୨ । ଏହା ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦୀ ସରକାର ଏକ ବଡ ଉପହାର ଦେଇଛନ୍ତି । ସରକାର ମଙ୍ଗଳବାର ଦିନ ଦିପାବଳୀ ବୋନସ ଘୋଷଣା କରିଛନ୍ତି । ଏହା ଅଧୀନରେ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ବର୍ଗର କର୍ମଚାରୀମାନେ ୩୦ ଦିନର ବେତନ ସହିତ ସମାନ ଟଙ୍କା ପାଇବେ ।

Advertisment

v

ଦିପାବଳୀ ଅବସରରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ଆଡ୍-ହକ୍ ବୋନସ୍ ଦେବାକୁ ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିଛି । ଅଣ-ଗେଜେଟେଡ୍ କର୍ମଚାରୀ କେନ୍ଦ୍ର ସରକାରଙ୍କ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ଅଧୀନରେ ଥିବା, ଯେଉଁମାନେ କୌଣସି ବୋନସ୍ ସ୍କିମ୍ ଅଧୀନରେ ନାହାଁନ୍ତି, ସେମାନଙ୍କୁ ମଧ୍ୟ ଏହି ବୋନସ୍ ମିଳିବ । ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ ୨୦୨୨-୨୩ ପାଇଁ କେନ୍ଦ୍ର ସରକାରଙ୍କ ଅଣ-ଗେଜେଟେଡ୍ କର୍ମଚାରୀଙ୍କ ପାଇଁ ୭୦୦୦ ଟଙ୍କା ବୋନସ୍ ଘୋଷଣା କରାଯାଇଛି ।

ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗର ବିବୃତି ଅନୁଯାୟୀ ଏହି ବୋନସ ସେହି କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯିବ ଯେଉଁମାନେ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ସେବା କରିଆସୁଛନ୍ତି ଏବଂ ୨୦୨୨-୨୩ ବର୍ଷ ମଧ୍ୟରେ ଅତି କମରେ ୬ ମାସ କାମ କରିଛନ୍ତି । ସେହିପରି ଆଜି ସକାଳ ୧୦ଟା ୩୦ ରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଡିଏ ବୃଦ୍ଧି ଉପରେ ନିଷ୍ପତ୍ତି ନିଆଯାଇପାରେ ।