ଚାଲିଛି ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ : ଯାଜପୁରର ଦଶରଥପୁର ଓ ବରୀରେ କେନ୍ଦ୍ରୀୟ ଟିମର ସ୍ଥିତି ଆକଳନ; ରାଜ୍ୟ ବରିଷ୍ଠ ଅଧକାରୀଙ୍କ ସହ ଆଲୋଚନା ପରେ କେନ୍ଦ୍ରକୁ ଦେବେ ରିପୋର୍ଟ

90

କନକ ବ୍ୟୁରୋ : ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଯାଜପୁର ଗସ୍ତରେ କେନ୍ଦ୍ରୀୟ ଟିମ୍ । ୩ ଜଣିଆ ଟିମ୍ ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ୍ ଖଣ୍ଡାସ ଠାରେ ସୃଷ୍ଟି ହୋଇଥିବା ଘାଇ ଦେଖିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ବନ୍ୟା ସଂର୍ପକୀୟ ସମସ୍ତ ବିଷୟରେ ଆଲୋଚନା କରିଥିଲେ । ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଟଙ୍କ ନେତୃତ୍ୱରେ ଆସିଥିବା ଏହି ଟିମରେ କୃଷି,ଜଳ ସଂପଦ,ସଡକ,ଗ୍ରାମ୍ୟ ଉନ୍ନୟନ ବିଭାଗର ସଦସ୍ୟ ଗସ୍ତ କରିଥିଲେ ।

ଆଜି ଏହି ଟିମ୍ ବନ୍ୟା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଦଶରଥପୁର ଓ ବରୀ ବ୍ଲକ୍ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଅନ୍ୟ ପଟେ ବନ୍ୟା ଯୋଗୁ ଜିଲ୍ଲାରେ ସୃଷ୍ଟି ହୋଇଥିବା ୩୦ଟି ଘାଇର ମରାମତି ଜୋରସୋରରେ ଚାଲିଛି । ସପ୍ତାହେ ମଧ୍ୟରେ ଘାଇ ମରାମତି ଶେଷ ହେବ ବୋଲି ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି ।