କନକ ବ୍ୟୁରୋ : ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଯାଜପୁର ଗସ୍ତରେ କେନ୍ଦ୍ରୀୟ ଟିମ୍ । ୩ ଜଣିଆ ଟିମ୍ ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ୍ ଖଣ୍ଡାସ ଠାରେ ସୃଷ୍ଟି ହୋଇଥିବା ଘାଇ ଦେଖିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ବନ୍ୟା ସଂର୍ପକୀୟ ସମସ୍ତ ବିଷୟରେ ଆଲୋଚନା କରିଥିଲେ । ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଟଙ୍କ ନେତୃତ୍ୱରେ ଆସିଥିବା ଏହି ଟିମରେ କୃଷି,ଜଳ ସଂପଦ,ସଡକ,ଗ୍ରାମ୍ୟ ଉନ୍ନୟନ ବିଭାଗର ସଦସ୍ୟ ଗସ୍ତ କରିଥିଲେ ।/kanak/media/post_attachments/wp-content/uploads/2020/09/vlcsnap-2020-09-17-11h02m22s233-300x165.png)
ଆଜି ଏହି ଟିମ୍ ବନ୍ୟା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଦଶରଥପୁର ଓ ବରୀ ବ୍ଲକ୍ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଅନ୍ୟ ପଟେ ବନ୍ୟା ଯୋଗୁ ଜିଲ୍ଲାରେ ସୃଷ୍ଟି ହୋଇଥିବା ୩୦ଟି ଘାଇର ମରାମତି ଜୋରସୋରରେ ଚାଲିଛି । ସପ୍ତାହେ ମଧ୍ୟରେ ଘାଇ ମରାମତି ଶେଷ ହେବ ବୋଲି ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/vlcsnap-2020-09-17-11h02m32s73.png)