ଅଧିକ ସଂକ୍ରମଣ ମାମଲା ଆସୁଥିବା ୬ ଟି ରାଜ୍ୟକୁ କେନ୍ଦ୍ର ପଠାଇଲା ଟିମ୍ । ସଂକ୍ରମଣ ବୃଦ୍ଧିର କାରଣ ଓ ନିୟନ୍ତ୍ରଣ ନେଇ କରିବେ ଅନୁଧ୍ୟାନ

469

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ କମୁଛି । ହେଲେ ଏବେ ବି ୬ ଟି ରାଜ୍ୟରେ ଦୈନିକ ସଂକ୍ରମଣ ହାର ଅନ୍ୟ ରାଜ୍ୟ ତୁଳନାରେ ଅଧିକ ରହିଛି । ଏଭଳି ଅଧିକ ସଂକ୍ରମଣ ଆସିବାର କାରଣ ଓ ଏହାକୁ ନିୟନ୍ତ୍ରଣ କରିବାର ଉପାୟ ଖୋଜିବାକୁ କେନ୍ଦ୍ର ପକ୍ଷରୁ ୬ ଟି ରାଜ୍ୟକୁ ଟିମ୍ ପଠାଯାଇଛି । ଯେଉଁ ରାଜ୍ୟମାନଙ୍କୁ କେନ୍ଦ୍ରୀୟ ଟିମ୍ ପଠାଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି କେରଳ, ଅରୁଣାଚଳ ପ୍ରଦେଶ,ତ୍ରୀପୁରା, ଓଡିଶା, ଛତିଶଗଡ ଓ ମଣିପୁର ।

କହିରଖୁ କି ଶୁକ୍ରବାର ଦିନ ଅରୁଣାଚଳ ପ୍ରଦେଶରେ ୩୧୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଛଚ୍ଛିଶଗଡରେ ୪୧୦, ଓଙ୍ଗିଶାରେ ୩୨୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ସଂକ୍ରମଣ ୫୦ ହଜାର ତଳକୁ ଖସିଥିବା ବେଳେ ଏହି ୬ ଟି ରାଜ୍ୟରେ ଦେଶ ତୁଳନାରେ ସଂକ୍ରମଣ ହାର କମୁ ନାହିଁ । ସଂକ୍ରମଣ କମୁ ନଥିବାର କାରଣ ଓ ଏହାକୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ସେନେଇ କେନ୍ଦ୍ରୀୟ ଟିମ୍ ଅନୁଧ୍ୟାନ କରିବ ।

ଏହି ଟିମ୍ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପାଖରେ ରିପୋର୍ଟ ଦେବା ପରେ ମନ୍ତ୍ରଣାଳୟ ତରଫରୁ ଏହାର ସମାଧାନର ଉପାୟ ବାହାର କରାଯାଇ ତାହାକୁ ଏହି ୬ ଟି ରାଜ୍ୟରେ ଉପଯୋଗ କରାଯିବ ବୋଲି ଅନୁମାନ କରାଯାଇଛି ।