ଜଗତସିଂହପୁରରେ କୋଭିଡ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରୀୟ ଟିମ୍ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକାକରଣ କେନ୍ଦ୍ର, ଆଇସୋଲେସନ ସେଂଟରର କଲେ ତଦାରଖ

Advertisment
ଜଗତସିଂହପୁରରେ କୋଭିଡ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରୀୟ ଟିମ୍ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକାକରଣ କେନ୍ଦ୍ର, ଆଇସୋଲେସନ ସେଂଟରର କଲେ ତଦାରଖ

କନକ ବ୍ୟୁରୋ : କେନ୍ଦ୍ରୀୟ ପ୍ରତିନିଧି ଦଳ ଜଗତସିଂହପୁର ଗସ୍ତରେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । କୋଭିଡ ପରିଚାଳନା କାମ କିପରି ଚାଲିଛି, ତାର ସମୀକ୍ଷା କରିଛି ଟିମ୍ । କେନ୍ଦ୍ରୀୟ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଟିକାକରଣ କେନ୍ଦ୍ର, ଆଇସୋଲେସନ ସେଂଟର ତଦାରଖ କରିବା ସହ କୋଭିଡ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ଦୁଇ ଜଣିଆ ପ୍ରତିନିଧି ଦଳରେ ଡକ୍ଟର ଶିବାନୀ ଦତ୍ତା ଓ ଡକ୍ଟର ପ୍ରଶାନ୍ତ ରାଘବ ମହାପାତ୍ର ଅଛନ୍ତି ।

ଏହି ସମୀକ୍ଷା ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଏବଂ କୋଭିଡ ପରିଚାଳନାରେ ଥିବା ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏଥି ସହିତ ଏହି କେନ୍ଦ୍ରୀୟ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା କୋଭିଡ ଟିକାକରଣ କେନ୍ଦ୍ର, ଆଇସୋଲେସନ ସେଣ୍ଟରର ତଦାରଖ କରିବା ସହ କୋଭିଡ ସ୍ଥିତି ଅନୁଧ୍ୟାନ କରିଥିଲେ। ଜିଲ୍ଲାରେ କୋଭିଡ ପରିଚାଳନା ସନ୍ତୋଷଜନକ ରହିଥିବା ପ୍ରକାଶ କରିଥିଲେ ପ୍ରତିନିଧି ଦଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe