ଜଙ୍ଗଲ ନିଆଁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ଆଜି କେନ୍ଦ୍ରୀୟ ଟିମର ଆଲୋଚନା :  ଶିମିଳିପାଳ ପରେ ଚନ୍ଦକା ବନାଂଚଳ ବୁଲି ଦେଖିଥିଲା ଟିମ୍

 ଏପଟେ ବନାଗ୍ନି ନିୟନ୍ତ୍ରଣରେ ଥିବା କହିଲା ରାଜ୍ୟ ସରକାରଙ୍କ ଟାସ୍କଫୋର୍ସ

75

କନକ ବ୍ୟୁରୋ : ଜଙ୍ଗଲ ନିଆଁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ଆଜି କେନ୍ଦ୍ରୀୟ ଟିମ ଆଲୋଚନା କରିବ । ବନାଗ୍ନି ସ୍ଥିତି ଅନୁଧ୍ୟାନ ଲାଗି କେନ୍ଦ୍ରରୁ ଆସିଥିବା ପ୍ରତିନିଧି ଦଳ ଶିମିଳିପାଳ ଏବଂ କୁଳଡିହା ଅଭୟାରଣ୍ୟ ପରିଦର୍ଶନ ପରେ ଚନ୍ଦକା ବନାଂଚଳ ବୁଲି ଦେଖିଥିଲା ଟିମ । ଆଜି ଏନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ନେଇ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ସୂଚନା ଦେଇଛନ୍ତି ।

କେବଳ ସେତିିକି ନୁହେଁ, ଟାସ୍କଫୋର୍ସ ଗଣମାଧ୍ୟମକୁ ଆହୁରି କିଛି ଯେ ଜଙ୍ଗଲ ନିଆଁ ଏବେ ସମ୍ପୂର୍ଣ୍ଣ ଭାବେ ଆୟତଧୀନ ରହିଛି । ହେଲେ ଆସନ୍ତା ଦିନରେ ତାପମାତ୍ରା ଆହୁରି ବଢ଼ିବ ଏବଂ ବନାଗ୍ନି ବଢ଼ିପାରେ । ସେ ଭୟ ରହିଥିବା ପରିପ୍ରେକ୍ଷୀରେ କ୍ଷେତ୍ର ଅଧିକାରୀଙ୍କୁ ସେମାନଙ୍କ ଅଂଚଳରେ ନିଆଁ ରୋକିବା ଲାଗି ସମ୍ପୂର୍ଣ୍ଣ ସତର୍କ ଏବଂ ସଚେତନ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟାସ୍କଫୋର୍ସ ପକ୍ଷରୁ କୁହାଯାଇଛି ଅଗ୍ନି ପ୍ରଶମନ ଲାଗି ସ୍ଥାନୀୟ ସଂପ୍ରଦାୟ, ପଂଚାୟତିରାଜ ଅନୁଷ୍ଠାନମାନଙ୍କର ସହଯୋଗ ଡିଏଫ୍ଓମାନେ ଲୋଡ଼ିବା ଦରକାର ।  ଜିଲ୍ଲା ପ୍ରଶାସନ ସହିତ ମଧ୍ୟ ଉଭୟ ଆଂଚଳିକ ମୁଖ୍ୟ ବନ ସଂରକ୍ଷକ ଏବଂ ଡିଏଫଓ ଯୋଗାଯୋଗ ରହିବା ଲାଗି କୁହାଯାଇଛି ।