ରାଜ୍ୟରେ କାହିଁକି କମୁନି ସଂକ୍ରମଣ : ଆଜି ପୁରୀ ଓ ଜଗତସିଂହପୁର ଗସ୍ତରେ ଯିବେ, କରିବେ ସ୍ଥିତି ସମୀକ୍ଷା

Advertisment
ରାଜ୍ୟରେ କାହିଁକି କମୁନି ସଂକ୍ରମଣ : ଆଜି ପୁରୀ ଓ ଜଗତସିଂହପୁର ଗସ୍ତରେ ଯିବେ, କରିବେ ସ୍ଥିତି ସମୀକ୍ଷା

କନକ ବ୍ୟୁରୋ : କାହିଁକି କମୁନି ରାଜ୍ୟରେ କରୋନା ସଂକ୍ରମଣ । ଆଜି ପୁରୀ ଓ ଜଗତସିଂହପୁର ଗସ୍ତରେ ଯିବେ, ସ୍ଥିତି ସମୀକ୍ଷା କରିବେ। ସ୍ଥିତି ଅନୁଧ୍ୟାନ ପାଇଁ ଗତକାଲିଠାରୁ ଓଡିଶା ଆସିଛନ୍ତିି କେନ୍ଦ୍ରୀୟ ଟିମ । ଏହି ଟିମରେ କୋଲକାତା ଜନସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଶିବାନୀ ଦତ୍ତ ଓ ଭୁବନେଶ୍ୱର ଏମ୍ସର ଡାକ୍ତର ପ୍ରଶାନ୍ତ ରାଘବ ମହାପାତ୍ର ରହିଛନ୍ତି ।

ପ୍ରଥମ ଦିନରେ କେନ୍ଦ୍ରୀୟ ଟିମ୍ ରାଜ୍ୟରେ କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକରେ କେନ୍ଦ୍ରୀୟ ଟିମ୍ ପାଖରେ ସାମଗ୍ରିକ ରିପୋର୍ଟ ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏହାପରେ କେନ୍ଦ୍ରୀୟ ଟିମ୍ ଫିଲ୍ଡ ଭିଜିଟ ପାଇଁ ଭୁବନେଶ୍ୱରରେ ଘରୋଇ ଡାକ୍ତରଖାନା ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe