୪ ଜିଲ୍ଲାର କୃଷି କ୍ଷେତ୍ରକୁ ବେହାଲ କରିଛି ‘ବୁଲବୁଲ’ । ଆସନ୍ତା ସପ୍ତାହ ଶେଷ ସୁଦ୍ଧା କେନ୍ଦ୍ରକୁ କ୍ଷୟକ୍ଷତି ଦାବି ପତ୍ର ଦେବ ରାଜ୍ୟ ।

390

କନକ ବ୍ୟୁରୋ: ଲୋକସେବା ଭବନରେ ‘ବୁଲବୁଲ’ ହୋଇଛି ସମୀକ୍ଷା । ମୁଖ୍ୟ ଶାସନ ସଚିବ ଅସୀତ ତ୍ରୀପାଠିଙ୍କ ସହ ବାତ୍ୟା ବୁଲବୁଲ ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ଟିମ୍ । ଗତ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖି ସାରିବା ପରେ ରାଜ୍ୟ ସରକାରଙ୍କ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ଟିମ୍ । ବୈଠକ ପରେ କେନ୍ଦ୍ରୀୟ ଟିମ କହିଛନ୍ତି କି, ୪ଟି ଜିଲ୍ଲାର କୃଷି କ୍ଷେତ୍ର ବିଶେଷ ପ୍ରଭାବିତ ହୋଇଛି । ଏପରିକି ଅନ୍ୟାନ୍ୟ କ୍ଷେତ୍ର ଯଥା- ଶିଳ୍ପ ଏବଂ ବିଦ୍ୟୁତ୍ ସରବରାହ କ୍ଷେତ୍ରରେ ମଧ୍ୟ କ୍ଷତି ହୋଇଥିବା ଅନୁଧ୍ୟାନ କରିଛୁ । ରାଜ୍ୟ ସରକାରଙ୍କ ତରଫରୁ ହସ୍ତଗତ ହୋଇଥିବା ସବିଶେଷ ତଥ୍ୟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବୁ ।

ସେପଟେ ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ୍ତ କୁମାର ଜେନା କହିଛନ୍ତି କି, ବାତ୍ୟା ‘ବୁଲବୁଲ୍’ରେ ପ୍ରଭାବିତ ହୋଇଥିବା ଜିଲ୍ଲାର ୨ ଲକ୍ଷ ହେକ୍ଟର ଚାଷଜମି ନଷ୍ଟ ହୋଇଛି । ତେଣୁ ଆସନ୍ତା ସପ୍ତାହ ଶେଷ ସୁଦ୍ଧା କେନ୍ଦ୍ରକୁ କ୍ଷୟକ୍ଷତିର ଦାବି ପତ୍ର ଦିଆଯିବ । ଏବଂ ପ୍ରାଥମିକ ଆକଳନ ହେବା ପରେ ପରେ ପଞ୍ଚାୟତ ଅଫିସରେ ତାଲିକା ମରାଯିବ । ୭ ଦିନ ପାଇଁ ବାତ୍ୟା ବୁଲବୁଲ ନେଇ ଅଭିଯୋଗ ଶୁଣାଣି ସମୟ ରହିବ । ଆଉ ଅଭିଯୋଗର ତଦନ୍ତ ୭ ଦିନ ପରେ ଚୂଡ଼ାନ୍ତ ତାଲିକା ପଞ୍ଚାୟତ ଅଫିସ ବୋର୍ଡରେ ମରାଯିବା ସହ ୱେବସାଇଟରେ ଛଡ଼ାଯିବ ଚୂଡ଼ାନ୍ତ ତାଲିକା ବୋଲି କହିଛନ୍ତି ଏସଆରସି ।

ସବୁଠାରୁ ବଡ଼କଥା ହେଲା, ଫୋନି ଭଳି ‘ବୁଲବୁଲ’ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି କେନ୍ଦ୍ରୀୟ ଟିମ୍ । ବାତ୍ୟାକୁ ନେଇ ପୂର୍ବ ପ୍ରସ୍ତୁତି ଏବଂ ପ୍ରଭାବିତ ଅଞ୍ଚଳ ପାଇଁ ଉଚିତ୍ ପଦକ୍ଷେପ ପାଇଁ ରାଜ୍ୟ ସରକାର ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି ବୋଲି କେନ୍ଦ୍ରୟ ଟିମ୍ କହିଛନ୍ତି । ତେବେ ବୁଲବୁଲ କ୍ଷୟକ୍ଷତିର ଅନୁଧ୍ୟାନ କରୁଥିବା କେନ୍ଦ୍ରୀୟ ଟିମ୍ ଆଜି ରାଜନଗରରେ କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ । ରାଜନଗର ବ୍ଲକର ତାଳଚୁଆ, ରଙ୍ଗଣୀ, ବାଘମାରି ପଂଚାୟତ ବୁଲି ଲୋକଙ୍କ ସହ କ୍ଷୟକ୍ଷତି ନେଇ ଆଲୋଚନା କରିବା ସହ କେନ୍ଦ୍ରୀୟ ଟିମ ୨ଟି ଭାଗ ହୋଇ ୪ ପ୍ରଭାବିତ ଜିଲ୍ଲା ବୁଲିଛନ୍ତି