ଫୋନି ଜନିତ କ୍ଷୟକ୍ଷତି ନେଇ କେନ୍ଦ୍ରୀୟ ଟିମର ଅନୁଧ୍ୟାନ ଜାରି : ଆଜି ଭୁବନେଶ୍ୱରରେ ପରଖୁଛନ୍ତି ସ୍ଥିତି

55

କନକ ବ୍ୟୁରୋ : ଭୁବନେଶ୍ୱର ମହାନଗର ନିଗମ ଅଂଚଳର ବାତ୍ୟା ପରର ସ୍ଥିତି ଅନୁଧ୍ୟାନ କରୁଛନ୍ତି କେନ୍ଦ୍ରୀୟ ଟିମ୍ । ପ୍ରଥମେ କଳିଙ୍ଗ ଷ୍ଟାଡିୟମ ଯାଇ କ୍ଷୟକ୍ଷତିର ଆକଳନ କରିଛନ୍ତି । ରାଜଧାନୀର ଅନ୍ୟ ଅଂଚଳକୁ ଯାଇ ମଧ୍ୟ ଅନୁଧ୍ୟାନ କରିବେ । ତାପରେ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ କେନ୍ଦ୍ରୀୟ ଟିମ୍ ଦିଲ୍ଲୀ ଫେରିଯିବେ । ଏହି ଟିମ୍ ବାତ୍ୟା କ୍ଷୟକ୍ଷତିର ଆକଳନ ନେଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ।

ଏହାପୂର୍ବରୁ ଗତକାଲି କଟକ ଜିଲ୍ଲାରେ ବିଭିନ୍ନ ଅଚଳ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ଟିମ୍ । କଟକ ଜିଲ୍ଲାପାଳଙ୍କ ସହ କଂଟାପଡା ବ୍ଲକର ବିଭିନ୍ନ ଗ୍ରାମରେ ବାତ୍ୟାର କ୍ଷୟକ୍ଷତି ବୁଲି ଦେଖିଛନ୍ତି । ନିଆଳି ଓ ବେଗୁନିଆରେ ବି କ୍ଷୟକ୍ଷତିର ଆକଳନ କରିଥିଲା ଟିମ । ଏହି ସମୟରେ କେନ୍ଦ୍ରୀୟ ଟିମର ସଦସ୍ୟମାନେ ବାତ୍ୟା ପୀଡିତ ପରିବାରମାନଙ୍କ ସହ ଆଲୋଚନା କରିଥିଲେ । ପ୍ରଥମ ଦିନରେ କେନ୍ଦ୍ରୀୟ ଟିମ୍ ଖୋର୍ଦ୍ଧା ଓ ପୁରୀରେ କ୍ଷୟକ୍ଷତି ଆକଳନ କରିଥିବା ବେଳେ ରାଜ୍ୟ ସରକାରଙ୍କ ବାତ୍ୟା ପ୍ରସ୍ତୁତି ଏବଂ ପରେ ପୁନରୁଦ୍ଧାର ପ୍ରକ୍ରିୟାକୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ୧୧ ଜଣିଆ ଟିମ୍ ଫୋନି ବାତ୍ୟାର କ୍ଷୟକ୍ଷତି ନେଇ ଆକଳନ କରୁଛନ୍ତି । ଫୋନି ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ କରିବା ପାଇଁ ଆସିଥିବା ଦୁଇଟି କେନ୍ଦ୍ରୀୟ ଦଳ ଲଗାତର ଦ୍ବିତୀୟ ଦିନ ପାଇଁ ଜିଲ୍ଲା ଗସ୍ତ କରି ସ୍ଥିତି ପରଖିଛନ୍ତି। ଗୋଟିଏ ଦଳ ଲଗାତର ଦ୍ବିତୀୟ ଦିନ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲିଥିଲା ବେଳେ ଆଉ ଗୋଟିଏ ଦଳ କଟକ ଜିଲ୍ଲା ଗସ୍ତରେ ଯାଇଥିଲେ। ଆଜି ଭୁବନେଶ୍ୱର ଗସ୍ତରେ ଅଛନ୍ତି ।