କନକ ବ୍ୟୁରୋ : କାହିଁକି କମୁନି ରାଜ୍ୟରେ କରୋନା ସଂକ୍ରମଣ ? ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଓଡିଶାରେ ପହଂଚିଛନ୍ତି କେନ୍ଦ୍ରୀୟ ଟିମ୍ । ଏଥିରେ ଅଛନ୍ତି କୋଲକାତା ଜନସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଶିବାନୀ ଦତ୍ତ । ତାଙ୍କ ସହ ଭୁବନେଶ୍ୱର ଏମ୍ସରୁ ଯୋଗ ଦେବେ ଡାକ୍ତର ପ୍ରଶାନ୍ତ ରାଘବ ମହାପାତ୍ର ।
କେନ୍ଦ୍ରୀୟ ଟିମ୍ ରାଜ୍ୟରେ କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିବେ । ଏହି ବୈଠକରେ କେନ୍ଦ୍ରୀୟ ଟିମ୍ ପାଖରେ ସାମଗ୍ରିକ ରିପୋର୍ଟ ରଖିବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ପ୍ରାଥମିକ ଆଲୋଚନା ପରେ ସଂକ୍ରମଣ କମୁନଥିବା ଜିଲ୍ଲାଗୁଡ଼ିକୁ ଯାଇ କେନ୍ଦ୍ରୀୟ ଟିମ୍ ସ୍ଥିତି ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି । ବିଶେଷ କରି ଖୋର୍ଦ୍ଧା, କଟକ, ପୁରୀ, ଯାଜପୁର, ମୟୂରଭଂଜ ଜିଲ୍ଲା ଫୋକସରେ ରହିଛି । ଏହି ଜିଲ୍ଲାଗୁଡ଼ିକରେ କାହିଁକି ସଂକ୍ରମଣ କମୁନାହିଁ ସେ ନେଇ ଅନୁଧ୍ୟାନ କରିପାରନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/1-4.jpg)