କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ । ପଶ୍ଚିମବଙ୍ଗରେ ୭୭ ବିଜେପି ବିଧାୟକଙ୍କୁ ସୁରକ୍ଷା ଦେବ ଅର୍ଦ୍ଧସାମରିକ ବଳ

385

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭାକୁ ନୂଆ ନିର୍ବାଚିତ ହୋଇଥିବା ସମସ୍ତ ୭୭ ବିଧାୟକଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେମାନଙ୍କୁ ଅର୍ଦ୍ଧ ସାମରିକ ବଳ ସୁରକ୍ଷା ଯୋଗାଇବେ । ସୋମବାର ଦିନ ସୂଚନା ଦିଆଯାଇଛି କି ପଶ୍ଚିମବଙ୍ଗର ସମସ୍ତ ବିଜେପି ବିଧାୟକଙ୍କୁ ଅର୍ଦ୍ଧ ସାମରିକବଳ, କେନ୍ଦ୍ରୀୟ ରିଜର୍ଭ ପୋଲିସର ସଶସ୍ତ୍ର କମାଣ୍ଡର ମାନେ ସୁରକ୍ଷା ଯୋଗାଇବେ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସେଠାରେ ଦେଖାଦେଇଥିବା ହିଂସା କୁ ନଜରରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏଭଳି ସୁରକ୍ଷା ବ୍ୟବସ୍ଥାକୁ ମଞ୍ଜୁରୀ ଦେଇଛି ।

ଅଧିକାରୀଙ୍କ ସୂଚନା ମୁତାବକ କୁହାଯାଇଛି କି ଗୃହ ମନ୍ତ୍ରଣାଳୟର ଆଦେଶ ମୁତାବକ ପଶ୍ଚିମବଙ୍ଗରେ ମୋଟ ୭୧ ବିଜେପି ବିଧାୟକଙ୍କ ମଧ୍ୟରୁ ୬୧ ଜଣଙ୍କୁ ସର୍ବନିମ୍ନ ‘ଏକ୍ସ’ ଶ୍ରେଣୀଯୁକ୍ତ ସୁରକ୍ଷା ଯୋଗାଇ ଦିଆଯିବ । ଏହାସହ ସେମାନଙ୍କ ସରକାରୀ ବାସଭବନ ନିକଟରେ ସିଆଇଏସଏଫ୍ ର କମାଣ୍ଡର ସ୍ଥରୀୟ ଯବାନଙ୍କୁ ନିଯୁକ୍ତ କରାଯିବ । ଅନ୍ୟ ବିଜେପି ବିଧାୟକ ମାନଙ୍କୁ କେନ୍ଦ୍ରୀୟ ସୁରକ୍ଷା କିମ୍ବା ୱାଇ+ ସୁରକ୍ଷା ଯୋଗାଇ ଦିଆଯିବ । କହିରଖୁ କି ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ପୂର୍ବରୁ ଜେଡ୍ ସୁରକ୍ଷା ଯୋଗାଇ ଦିଆଯାଇଛି ।

ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ ରାଜ୍ୟରେ ନିର୍ବାଚନ ପରେ ଦେଖାଦେଇଥିôବା ସ୍ଥତିକୁ ନଜରରେ ରଖି ଗୃହ ମନ୍ତ୍ରଣାଳୟ ଏଭଳି ନିଷ୍ପତ୍ତି ନେଇଛି । ସୂଚନା ଥାଉକି ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନ ସଭାକୁ ଚଳିତ ନିର୍ବାଚନରେ ୭୭ ଜଣ ବିଜେପି ବିଧାୟକ ନିର୍ବାଚିତ ହୋଇଛନ୍ତି । ହେଲେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ ପୁଣିଥରେ ସରକାର ଗଠନ କରିଛି ।