ଓଡିଶାରୁ ୩ଜଣ ପାଇବେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ସମ୍ମାନ

33

ଓଡିଶାରୁ ୩ଜଣ ପାଇବେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ସମ୍ମାନ । ସୁଗମ ସଂଗୀତ ପାଇଁ ପଦ୍ମଶ୍ରୀ ପ୍ରଫୁଲ୍ଲ କର, ଓଡିଶୀ  ନୃତ୍ୟ ପାଇଁ ଆଲୋକା କାନୁନଗୋ ଏବଂ ଛଉ ନୃତ୍ୟଶିଳ୍ପୀ ସଦାଶିବ ପ୍ରଧାନ ଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଏହି ସମ୍ମାନ ଲାଗି ସାରା ଭାରତରୁ ମୋଟ ୩୬ ଜଣଙ୍କୁ ଚୟନ କରାଯାଇଛି । ଅଗରତାଲାରେ ଗତକାଲି ଏନେଇ ଘୋଷଣା କରାଯାଇଛି । ସଂଗୀତ, ନୃତ୍ୟ, ନାଟକ ଓ ଲୋକନୃତ୍ୟ ପ୍ରତ୍ୟେକ ବର୍ଗରେ ୯ଜଣ ଲେଖାଏଁ ବିଶିଷ୍ଟ ଶିଳ୍ପୀଙ୍କ ନାଁକୁ ଚୂଡାନ୍ତ କରାଯାଇଛି । ସେହିପରି ବିସମିଲ୍ଲା ଖାଁ ଯୁବ ସମ୍ମାନ ପାଇଁ ମଧ୍ୟ ମନୋନୀତ ହୋଇଥିବା ପ୍ରତିଭାମାନଙ୍କ ଭିତରେ ଦୁଇଜଣ ଓଡିଆ ସ୍ଥାନ ପାଇଛନ୍ତି । ଅଭିନୟ ପାଇଁ ରାଇରଙ୍ଗପୁରର ସୁକୁମାର ଟୁଡୁ ଓ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଧ୍ୟାନାନନ୍ଦ ପଣ୍ଡା ଲୋକନୃତ୍ୟ ବିଭାଗରେ ଏହି ଜାତୀୟ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି । ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରିବେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ।