କେନ୍ଦ୍ର ରେଳମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ, ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିଛି… ପଢ଼ନ୍ତୁ ପୂରା ରିପୋର୍ଟ…

1,002

କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାସ୍ଥଳ ବୁଲିଦେଖିବା ପରେ ଆକ୍ସନ ମୋଡରେ କେନ୍ଦ୍ର ରେଳମନ୍ତ୍ରୀ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଲେ, ଖୁବଶୀଘ୍ର ଆସିବ ତଦନ୍ତ ରିପୋର୍ଟ । ପୁଣି ସକାଳୁ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିବା ପରେ ନିର୍ଦ୍ଦେଶ ଦେଇଥିଲେ  । ସେନେଇ ରେଳ ବିଭାଗ ସମ୍ପୂର୍ଣ୍ଣ ତତ୍ପରତା ଦେଖାଉଛି । ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । ଆଜି ସୁଦ୍ଧା ପୁନରୁଦ୍ଧାର କାର୍ଯ୍ୟ ସରିବା ନେଇ ଉଦ୍ୟମ ଚାଲିଛି, ଯାହାଦ୍ୱାରା ଆସନ୍ତା ବୁଧବାର ସକାଳ ସୁଦ୍ଧା ରୁଟରେ ଟ୍ରେନ୍ ଚଳାଚଳ କରିବ । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିଛି, ତଦନ୍ତ ରିପୋର୍ଟ ଖୁବଶୀଘ୍ର ଆସିବ ବୋଲି କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ।

ଅନ୍ୟପଟେ ବାହାନଗାରେ ଦୁର୍ଘଟଣାଗ୍ରସ୍ତ ଟ୍ରାକକୁ ଉଠାଗଲା ବଗି । ୨୧ଟି ବଗିକୁ ଧାରଣାରୁ ଉଠାଯାଇଛି । ଟ୍ରାକ୍ ବଗି ହଟାଇବା କାମ ଚାଲିଛି । ଏବେ ଯୁଦ୍ଧକାଳୀନ ଭିତିରେ ଚାଲିଛି ବିଦ୍ୟୁତ ଖୁଂଟ ଓ ଲାଇନ୍ ମରାମତି କାମ । ରାତି ସାରା ମରାମତି କାମରେ ଲାଗିଛନ୍ତି କର୍ମଚାରୀ । କେତେ ଶୀଘ୍ର କାମ ଶେଷ ହେବ ସେନେଇ ଉଦ୍ୟମ ଚଳାଇଛନ୍ତି । ବଡ଼ ଦୁର୍ଘଟଣା ହୋଇଥିବାରୁ କେବେ ସୁଦ୍ଧା କାମ ଶେଷ ହେବ ସେନେଇ ସଠିକ୍ ସମୟ କହିହେବ ନାହିଁ ବୋଲି କହିଛନ୍ତି ରେଳବାଇର ବରିଷ୍ଠ ଅଧିକାରୀ କହିଛନ୍ତି ।