ଯୁବକମାନଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଅଜବ ପରାମର୍ଶ ! ଦେଶୀ ମଦ ଛାଡି ବିଦେଶୀ ପିଅ

40

ଗାଁର ଦେଶୀ ମଦ ଅପେକ୍ଷା ବିଦେଶୀ ମଦ ଅଧିକ ଭଲ । ଏହା ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ହିତକାରକ । ତେଣୁ ଯୁବକମାନେ ଏହି ବିଦେଶୀ ମଦ ପିଇବା ଉଚିତ୍ । ଏଭଳି କଥା କୌଣସି ସାଧାରଣ ଲୋକ ନୁହେଁ ବରଂ ମୋଦି ସରକାରର ଏକ ମନ୍ତ୍ରୀ ଏଭଳି ବୟାନ ଦେଇଛନ୍ତି । ତାହା ପୁଣି ଏକ ସାଧାରଣ ସଭାରେ । ସର୍ବଦା ବିବାଦୀୟ ମନ୍ତବ୍ୟ ଦେଉଥିବା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବେଲ ଏଭଳି କହିଛନ୍ତି । ଏହାପରେ ତାଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଏପରିକି ବିରୋଧୀ ମଧ୍ୟ ସରକାରଙ୍କୁ ଘେରିବାକୁ ଏକ ବାଟ ପାଇ ଯାଇଛନ୍ତି ।

foreign liquorଆରପିଆଇ ପାର୍ଟିର ଅଧ୍ୟକ୍ଷ ରାମଦାସ ପୁଣେର ଏକ ସାଧାରଣ ସଭାରେ ଯୁବକଙ୍କୁ ବିଦେଶୀ ମଦ ପିଇବାକୁ ପରାମର୍ଶ ଦେଇଛନ୍ତି । ଅଠାବେଲ କହିଛନ୍ତି, ଯୁବକ ମାନେ ଭାରତୀୟ ସେନାରେ ଯୋଗ ଦେବା ଆବଶ୍ୟକ ।ଯେଉଁଠି ପୁଷ୍ଟିକର ଖାଦ୍ୟ ସହ ବିଦେଶୀ ମଦ ମଧ୍ୟ ମିଳିଥାଏ । ର୍ଗାର ଦେଶୀ ମଦ ପିଇବା ଅପେକ୍ଷା ବିଦେଶୀ ମଦ ପିଇବା ଭଲ ବୋଲି ସେ କହିଛନ୍ତି । ଏଥିପାଇଁ ଯୁବକ ମାନେ ଭାରତୀୟ ସେନା ଯୋଗ ଦିଅନ୍ତୁ ।

ଏହାଛଡା ଦଳିତଙ୍କ ପାଇଁ ସେନାରେ ସରଂକ୍ଷଣ ରହିବା ଉଚିତ ବୋଲି କହିଛନ୍ତି ରାମଦାସ । ଏଥିପାଇଁ ତାଙ୍କ ଦଳ ସର୍ବଦା ସ୍ୱର ଉତ୍ତେଳନ କରିଛି । ସେ କହିଛନ୍ତି, ଦଳିତ ଯୁବକ ବହୁତ ଶକ୍ତିଶାଳୀ । ତେଣୁ ସେମାନେ ସେନାରେ ଯୋଗଦେବା ଆବଶ୍ୟକ । ବାୟୁସେନା, ନୌସେନାରେ ମଧ୍ୟ ଦଳିତଙ୍କ ପାଇଁ ସଂରକ୍ଷଣ କରାଯାଉ ବୋଲି କହିଛନ୍ତି ରାମଦାସ । ଏନେଇ ସେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ବୟାନ ପରେ ରାଜନୈତିକ ଝଡ ସୃଷ୍ଟି ହୋଇଛି । ବିଭିନ୍ନ ଦଳ ତରଫରୁ ତାଙ୍କୁ ସମାଲୋଚନା କରାଯାଇଛି ।