କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ଦେହାନ୍ତ । ୭୪ ବର୍ଷ ବୟସରେ ଆଖି ବୁଜିଲେ ପାସୱାନ । ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିବା ପାସୱାନ ଆଜି ଦିଲ୍ଲୀର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ଏଲଜେପି ଅଧ୍ୟକ୍ଷ ତଥା ପୁଅ ଚିରାଗ ପାସୱାନ ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି । ମିସ୍ ୟୁ ପାପା ଲେଖିବା ସହ ଭାବବିହ୍ୱଳ ଟ୍ୱିଟ୍ କରିଛନ୍ତି ପାସୱାନ ।
ମୋଦି ସରକାରରେ ମନ୍ତ୍ରୀ ଥିବା ପାସୱାନ ଲୋକସଭାକୁ ୮ଥର ନିର୍ବାଚିତ ହୋଇଥିବା ବେଳେ ରାଜ୍ୟସଭାକୁ ଥରେ ନିର୍ବାଚିତ ହୋଇଛନ୍ତି । ଉଭୟ ୟୁପିଏ ଓ ଏନଡିଏ ସରକାରରେ ମନ୍ତ୍ରୀ ରହି ଆସିଥିବା ପାସୱାନ ମୋଦି ସରକାରର ଦ୍ୱିତୀୟ ପାଳିରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରହିଥିଲେ । ଆଗକୁ ବିହାର ନିର୍ବାଚନ ଥିବାରୁ ପାସୱାନଙ୍କ ଦେହାନ୍ତ ଉଭୟ ଏଲଜେପି ଓ ଏନଡିଏ ପାଇଁ ଅପୂରଣୀୟ କ୍ଷତି ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/29-4.jpg)