ଓଡିଶାରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ : ରାଷ୍ଟ୍ରୀୟ ତଥ୍ୟ କେନ୍ଦ୍ରର ଉଦଘାଟନୀ ଉତ୍ସବରେ ହେବେ ସାମିଲ

କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଚିଠି ।

କନକ ବ୍ୟୁରୋ: ଓଡିଶାରେ ନ୍ୟାସନାଲ ଇନଫରମେଟିକ୍ସ ସେଂଟର ବା ରାଷ୍ଟ୍ରୀୟ ତଥ୍ୟ କେନ୍ଦ୍ରର ଉଦଘାଟନ କରିବାକୁ ପହଂଚିଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ବୈଷୟିକ ମନ୍ତ୍ରୀ ରବିଶଙ୍କର ପ୍ରସାଦ । ଭୁବନେଶ୍ୱରସ୍ଥିତ ହୋଟେଲ ହିନ୍ଦୁସ୍ତାନ ଇଂଟରନ୍ୟାସନାଲରେ ଏହାର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ।

publive-image

ଡିଜିଟାଲ ଫ୍ଲାଟଫର୍ମ ଜରିଆରେ ରୋଗୀ, ହସ୍ପିଟାଲ ଓ ଡାକ୍ତରମାନଙ୍କୁ ସଂଯୋଗ କରିବା, ରାଷ୍ଟ୍ରୀୟ ବୃତି ଯୋଜନାରେ ଛାତ୍ରଛାତ୍ରୀଙ୍କୁ ସେବା ପ୍ରଦାନ, ପେନସନଧାରୀଙ୍କ ପାଇଁ ଜୀବନ ପ୍ରମାଣପତ୍ର, ସହଜ ପରିବହନ ପାଇଁ ଇ-ୱେବିଲ ସହ ଇ-ଗଭର୍ଣ୍ଣାନ୍ସ କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ବୈଷୟିକ ରାଷ୍ଟ୍ରମନ୍ତ୍ରୀ ଏସଏସ ଆଲୁୱାଲିଆଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଇଲେକଟ୍ରୋନିକ୍ସ ଏବଂ ସୂଚନା ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଏହି କାର୍ଯ୍ୟକ୍ରମରେ ଯୋଗଦେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe