ରାଷ୍ଟ୍ରପତିଙ୍କ ସହ ୮ ଦିନିଆ ବିଦେଶ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଆଫ୍ରିକାର ବିଭିନ୍ନ ଦେଶ କରିବେ ଗସ୍ତ ।

477

କନକ ବ୍ୟୁରୋ : ଆସନ୍ତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ଆଠ ଦିନିଆ ବିଦେଶ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ଏହି ଗସ୍ତରେ ରାଷ୍ଟପତି, ଆଫ୍ରିକାର ଜିନିଆ, ଗାମ୍ବିଆ, ବେନିନ୍ ଭଳି ଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏବଂ ପଶ୍ଚିମବଙ୍ଗର ସାଂସଦ ଦିଲ୍ଲୀପ ଘୋଷ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ରହିବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଫ୍ରିକାର ଅନେକ ଦେଶ ଯାଇ ଦ୍ୱିପାକ୍ଷିକ ସଂପର୍କ ମଜବୁତ କରିବା ଦିଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ବାଲେଶ୍ୱରରୁ ପ୍ରଥମ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ପ୍ରତାପଙ୍କୁ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି । ମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ପ୍ରତାପଙ୍କୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହୋଇଥିଲା । ଏପରିକି ତାଙ୍କୁ ଓଡ଼ିଶାର ମୋଦି ବୋଲି କୁହାଯାଉଥିଲା ।