ନନାଙ୍କ ନିଶାନାରେ ମଫଲରମ୍ୟାନ: ପ୍ରଚାର ବେଳେ କେଜ୍ରିୱାଲଙ୍କୁ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନେତା ନୁହଁନ୍ତି ବଡ ଅଭିନେତା । ଏଥର ବିରୋଧୀ ଆସନରେ ବସିବ ଆପ

ନନାଙ୍କ ନିଶାନାରେ ମଫଲରମ୍ୟାନ: ପ୍ରଚାର ବେଳେ କେଜ୍ରିୱାଲଙ୍କୁ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନେତା ନୁହଁନ୍ତି ବଡ ଅଭିନେତା । ଏଥର ବିରୋଧୀ ଆସନରେ ବସିବ ଆପ

କନକ ବ୍ୟୁରୋ: କେଜ୍ରିୱାଲଙ୍କୁ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ । ଦିଲ୍ଲୀ ଛାତିରେ ଛିଡା ହୋଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ । ପ୍ରଚାର ବେଳେ ବାଘ ଭାଲୁର ଉଦାହରଣ ଦେଇ ଅରବିନ୍ଦ କେଜ୍ରିୱାଲଙ୍କୁ କଟାକ୍ଷ କଲେ ପ୍ରତାପ ଷଡଙ୍ଗୀ । ଅରବିନ୍ଦ କେଜ୍ରିୱାଲ ନେତା ନୁହଁନ୍ତି ବଡ ଅଭିନେତା । ଗାନ୍ଧୀଗିରି ନାଁରେ ନାଟକ କରୁଥିବା ଜଣେ ବାଘଛାଲ ପିନ୍ଧା ମୁଖ୍ୟମନ୍ତ୍ରୀ ବୋଲି କହି ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଷଡଙ୍ଗୀ ।

ତେବେ ପ୍ରଚାର ବେଳେ ଭୋଟ ମାଗିବାକୁ ଯାଇ ଆପକୁ ବିରୋଧୀ ଦଳରେ ରଖିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରତାପ । ଜଣେ ମୁଖ୍ୟମନ୍ତ୍ରୀ ହୋଇ ସବୁବେଳେ ରାସ୍ତା ଉପରେ ଧାରଣା ଦେଉଛନ୍ତି । ବିରୋଧ ପ୍ରଦର୍ଶନ ଆଳରେ ରାସ୍ତାରେ ବସିପଡୁଛନ୍ତି ତେଣୁ ଯିଏ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ସବୁବେଳେ ବିରୋଧ କରୁଛି ତାକୁ ବିରୋଧୀ ଦଳ ଆସନରେ ବସାଇ ଦେବା ଜରୁରୀ ବୋଲି ଜନତାଙ୍କ କାନରେ ଫୁଙ୍କିଥିଲେ କେନ୍ଦ୍ରମନ୍ତ୍ରୀ ।

ଆସନ୍ତା ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀ ବିଧାନସଭାର ୭୦ଟି ଆସନ ପାଇଁ ନିର୍ବାଚନ ହେବ। ନିର୍ବାଚନ ପାଇଁ ପ୍ରମୁଖ ଦଳ ମାନଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଛି। ବିଜେପି, କଂଗ୍ରେସ ଏବଂ ଆପ୍ ନିଜ ନିଜ ଶୈଳୀରେ ପ୍ରଚାରରେ ମାତିଛନ୍ତି। ଆଜି ଏହି ପ୍ରଚାରରେ ଓଡ଼ିଶାର ବିଜେପି ନେତା ସାମିଲ୍ ହୋଇଛନ୍ତି।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିଜେପି ନେତା କେଭି ସିଂହଦେଓ ତଥା ଓଡ଼ିଶା ବିଜେପିର ଆଉ କିଛି ନେତା ଆଜି ପ୍ରଚାରରେ ସାମିଲ ହୋଇଥିଲେ। ଏହି ନେତାମାନେ କରୋଲବାଗ୍, ମାତିଆଲା ଓ ସୁଲତାନପୁରୀ ବିଧାନସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀ ସପକ୍ଷରେ ପ୍ରଚାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe