ଫୋନି ପରେ ପେଟ୍ରୋଲ ଓ ଡିଜେଲ ମହଜୁଦ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା ! ଭୁବନେଶ୍ୱରରେ କାମ କରୁଛି ୯୦ ପ୍ରତିଶତ ପେଟ୍ରୋଲ ପମ୍ପ

87

ବାତ୍ୟା ଫୋନି ପରେ ରାଜଧାନୀ ଭୁବନେଶ୍ୱର ଏବଂ ଶ୍ରୀକ୍ଷେତ୍ର ପୁରୀର ମେରୁଦଣ୍ଡ ଭାଙ୍ଗିଯାଇଛି । ନା ଅଛି ବିଜୁଳୀ, ନାଁ ଅଛି ପାଣି ଏମିତିକି ପେଟ୍ରୋଲ ପମ୍ପରେ ମଧ୍ୟ କିଛି ଦିନ ହେଲା ପେଟ୍ରୋଲ୍ ମିଳୁନଥିଲା । ତେବେ ବର୍ତ୍ତମାନ ଧିରେ ଧିରେ ଅଣ୍ଟା ସଳଖୁଛି ଫୋନି ପ୍ରଭାବିତ ଏହି ସବୁ ଅଞ୍ଚଳ । ପେଟ୍ରୋଲ୍ ପମ୍ପରେ ପେଟ୍ରୋଲ୍ ଏବଂ ଡିଜେଲ୍ ର ମହଜୁତ ଥିବା ନେଇ କେନ୍ଦ୍ରମନ୍ତ୍ରୀ ଏବେ ସମୀକ୍ଷା କରିଛନ୍ତିି ।

ବାତ୍ୟା ଫୋନି ପରେ ପେଟ୍ରୋଲ ଓ ଡିଜେଲ ମହଜୁଦ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା କରିଛନ୍ତି । ଭୁବନେଶ୍ୱରରେ ୯୦ ପ୍ରତିଶତ ପେଟ୍ରୋଲ ପମ୍ପ କାମ କରୁଥିବା କଥା ଶ୍ରୀ ପ୍ରଧାନ କହିଛନ୍ତି । ପୁରୀରେ ୫୨ଟି ପେଟ୍ରୋଲ ପମ୍ପରୁ ୨୯ ଟି କ୍ଷତିଗ୍ରସ୍ତ ହୋଇଥିଲା । ବର୍ତ୍ତମାନ କେବଳ ୬ଟି ଚାଲିବାକୁ ବାକି ଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।