ପରୀ ହତ୍ୟା ମାମଲାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ପରୀ ହତ୍ୟାରେ ସିବିଆଇ ତଦନ୍ତ ହେଉ ।

381

କନକ ବ୍ୟୁରୋ : ପରୀ ମାମଲାର ତଦନ୍ତକୁ ନେଇ ପ୍ରଥମଥର ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ପରୀ ହତ୍ୟାକାଣ୍ଡରେ ସିବିଆଇ ତଦନ୍ତ ଦାବି କରାଯାଉ । ସିବିଆଇ ତଦନ୍ତ ହେଲେ ପରୀ ମାମଲାର ତଥ୍ୟ ସାମ୍ନାକୁ ଆସିପାରିବ । ଏହାସହ ପରୀ ମାମଲାରେ ତା ବାପା, ମା’ କିଛି ପ୍ରଶ୍ନ ଉଠାଇଛନ୍ତି । ଏହି ପ୍ରଶ୍ନର ଉତ୍ତର କେବଳ ଗୋଟିଏ ନିରପେକ୍ଷ ସଂସ୍ଥା ହିଁ ଦେଇ ପାରିବ ।

ଏହାସହ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ରାଜ୍ୟ ସରକାର ନିଜ ଦୋଷ ଦୁର୍ବଳତାକୁ ନଲୁଚାଇବା ଉଚିତ । ହାଥରସ ମାମଲାରେ ସିବିଆଇ ତଦନ୍ତ କରିବାରୁ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା ।

ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀକୁ ଏସଆଇଟି ଗିରଫ କରିଥିଲେ ମଧ୍ୟ ଏସଆଇଟି ତଦନ୍ତରେ ସନ୍ତୁଷ୍ଟ ନାହାନ୍ତି ପରୀର ପରିବାର । ଏହି ଘଟଣାରେ ସିବିଆଇ ତଦନ୍ତ ପାଇଁ ଜୋର ଧରିଛି । ଏହାସହ ବିରୋଧୀ ବିଜେପି ମଧ୍ୟ ଏହି ଘଟଣାକୁ ସିବିଆଇ ତଦନ୍ତ ପାଇଁ ପରୀର ଗାଁ ଯଦୁପୁରକୁ ପଦ ଯାତ୍ରା ଆରମ୍ଭ କରିଥିଲା ।