କେନ୍ଦ୍ରମନ୍ତ୍ରୀଙ୍କ କାରକେଡରେ ଗାଡି ଧକ୍କା ! ମଧ୍ୟପ୍ରଦେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରକେଡରେ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ସାଂସଦ ଓ ବିଧାୟକ

କେନ୍ଦ୍ରମନ୍ତ୍ରୀଙ୍କ କାରକେଡରେ ଗାଡି ଧକ୍କା ! ମଧ୍ୟପ୍ରଦେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରକେଡରେ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ସାଂସଦ ଓ ବିଧାୟକ

କନକ ବ୍ୟୁରୋ:  ମଧ୍ୟପ୍ରଦେଶର ବେତୁଲଠାରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରକେଡରେ ସାମିଲ୍ ଥିବା ଦୁଇଟି ଗାଡ଼ି ମଧ୍ୟରେ ଧକ୍କା ହେବା ଫଳରେ ୨ଜଣ ଆହତ ହୋଇଥିବାର ଖବର ମିଳିଛି। ତେବେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଏହାଦ୍ବାରା କ୍ଷତିଗ୍ରସ୍ତ ହୋଇନାହିଁ।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋବର ଗ୍ୟାସ୍ ପ୍ଲାଣ୍ଟ ଓ ଏକ ବିଦ୍ୟାଳୟ ଭବନ ଉଦଘାଟନ କରି ଫେରୁଥିବା ବେଳେ ତାଙ୍କ ପଛେ ପଛେ ଆସୁଥିବା ଦୁଇଟି ଗାଡ଼ି ଭିତରେ ଧକ୍କା ହୋଇଥିଲା। ଗୋଟିଏ ଗାଡ଼ିର ବ୍ରେକ୍ ଫେଲ୍ ହେବାରୁ ତାହା ସାମ୍ନାରେ ଥିବା ଗାଡ଼ିକୁ ଧକ୍କା ଦେଇଥିଲା।

ବେତୁଲର ଏସଡିଏମ୍ ସିଏଲ୍ ଚିନାପଙ୍କ ଗାଡ଼ିର ବ୍ରେକ୍ ଫେଲ୍ ହେବାରୁ ତାହା ଅମଲା ବିଧାୟକ ଡାକ୍ତର ଯୋଗେଶ ପଣ୍ଡାଗ୍ରେଙ୍କ ଗାଡ଼ିକୁ ପିଟିଥିଲା। ଏହାଫଳରେ ଅମଲା ବିଧାୟକ ଡାକ୍ତର ଯୋଗେଶ ପଣ୍ଡାଗ୍ରେଙ୍କ ଗାଡ଼ିରେ ଥିବା ନିରାପତ୍ତା ରକ୍ଷୀ ବିବେକ ବର୍ମା ଗୁରୁତର ଆହତ ହୋଇଥିଲେ। ଅପରପକ୍ଷରେ ବିଧାୟକଙ୍କ ଗାଡ଼ି ଭିତରେ ବସିଥିବା ସାଂସଦ ଦୁର୍ଗାଦାସ ଉଇକେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe