ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ରାହୁଲ ଗାନ୍ଧୀ । ଯେଉଁମାନେ ଦେଶର ଅର୍ଥ ବ୍ୟବସ୍ଥାକୁ ଧ୍ୱଂସ କଲେ, ଆଜି ମୋଦିଙ୍କୁ ପ୍ରଶ୍ନ କରୁଛନ୍ତି ।

Advertisment
ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ରାହୁଲ ଗାନ୍ଧୀ । ଯେଉଁମାନେ ଦେଶର ଅର୍ଥ ବ୍ୟବସ୍ଥାକୁ ଧ୍ୱଂସ କଲେ, ଆଜି ମୋଦିଙ୍କୁ ପ୍ରଶ୍ନ କରୁଛନ୍ତି ।

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ବିଜେପିର ନୂଆ କାର୍ଯ୍ୟକ୍ରମ ‘ମୋ ଘର ବିଜେପି ପରିବାର’ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱର ସ୍ଥିତ ବାସ ଭବନରୁ ପ୍ରଥମ କରି ଦଳୀୟ ପତାକା ଲଗାଯାଇ ଏହାର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଅନୁସାରେ ଦଳର ସମସ୍ତେ କର୍ମୀ, ନେତା ଏବଂ ଲାଭାର୍ଥିଙ୍କ ଘରେ ବିଜେପି ପତାକା ଲଗାଯିବ । ଯାହାକୁ ନେଇ ନେଇ ଦଳ ପକ୍ଷରୁ ସୋସିଆଲ ମିଡିଆରେ ବି କ୍ୟାମ୍ପେନିଂ ଆରମ୍ଭ କରାଯାଇଛି । ମୋ ଘର ବିଜେପି ପରିବାର କାର୍ଯ୍ୟକ୍ରମ ଦଳୀୟ କର୍ମୀଙ୍କ ଆତ୍ମବିଶ୍ୱାସ ବଢାଇବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

publive-image

ଏହି ଅବସରରେ ଦଳର ଅଭିଯାନର ଗୁଣଗାରିମା ବଖାଣିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧିଙ୍କୁ ସମାଲୋଚନା କରିବାକୁ ମଧ୍ୟ ଭୁଲିନାହାଁନ୍ତି । ଏଥରକ ଧର୍ମେନ୍ଦ୍ରଙ୍କ ନିଶାନାରେ ରାଜ୍ୟ ସରକାର ନଥିଲେ ବରଂ ରାହୁଲ ଗାନ୍ଧୀ ରହିଥିଲେ । କାର୍ଯ୍ୟକ୍ରମ ସରିବା ପରେ ଯେତେବେଳେ ତାଙ୍କର ପ୍ରତିକ୍ରିୟା ନେବା ପାଇଁ ଗଣମାଧ୍ୟମର ପ୍ରତିନିଧିମାନେ ଯାଇଥିଲେ ସେତେବେଳେ ଧର୍ମେନ୍ଦ୍ର ନିଜର ପ୍ରତିକ୍ରିୟାରେ କଂଗ୍ରେସ ବିରୋଧରେ ବିଷ ଓଗାଳିବା ଆରମ୍ଭ କରିଥିଲେ ।

publive-image

ଧର୍ମେନ୍ଦ୍ର କହିଛନ୍ତି, ରାହୁଲଙ୍କ ନିକଟରେ ତଥ୍ୟ ନାହିଁ, ଯେଉଁ ପରିବାର ଦେଶକୁ ଦୀର୍ଘ ୫୫ ବର୍ଷ ଶାସନ କରିବା ନାଁରେ ଉପଭୋଗ କଲେ, ଅନେକ ଦଶନ୍ଧୀ ଧରି ବିଭିନ୍ନ ରାଜ୍ୟଗୁଡିକର ଦାୟିତ୍ୱ ନେଲେ ଏବଂ ଯେଉଁମାନେ ଭାରତର ଅର୍ଥ ବ୍ୟବସ୍ଥାକୁ ଦେବାଳିଆ କଲେ ଆଜି ସେମାନେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରୁଛନ୍ତି ।

publive-image

ବଡ କଥା ହେଉଛି ଏହାର ଜବାବ ମଧ୍ୟ ମୋଦି ଗତ ଲୋକସଭାର ଶେଷ ସତ୍ରରେ ବିସ୍ତୃତ ଭାବରେ ଜଣାଇଛନ୍ତି । ବିଗତ ୫ ବର୍ଷରୁ କେତେ ରୋଜଗାର ଉପଲବ୍ଧ ହୋଇଛି ତାର ହିସାବ ଦେଇଛନ୍ତି । ଯଦି ତାକୁ ଯୋଡାଯାଏ ତେବେ ପାଖାପାଖି ୧୫ କୋଟି ପର୍ଯ୍ୟନ୍ତ ରୋଜଗାର-ସ୍ୱରୋଜଗାର ବଢୁଛି । ଯଦି ଏହାକୁ ରାହୁଲ ଗାନ୍ଧୀ କିମ୍ବା ସମାଲୋଚନା କରୁଥିବା ବନ୍ଧୁମାନେ ଦେଖିପାରିବେନି ତେବେ ତାଙ୍କୁ ରାଜନୈତିକ ଚଂଚକତା କରୁଥିବା କୁହାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe