ଆଦିମ ଆଦିବାସୀଙ୍କୁ ଘର ଦେବେ ମୋଦି ସରକାର, ବିଜେଡି ଆଦିବାସୀଙ୍କ ପାଇଁ କଣ କରିଛି ବୋଲି ପ୍ରଶ୍ନବାଣ ମାରିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର । 

ଆଦିମ ଆଦିବାସୀଙ୍କୁ ଘର ଦେବେ ମୋଦି ସରକାର, ବିଜେଡି ଆଦିବାସୀଙ୍କ ପାଇଁ କଣ କରିଛି ବୋଲି ପ୍ରଶ୍ନବାଣ ମାରିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର । 

କନକ ବ୍ୟୁରୋ : ଆଦିମ ଆଦିବାସୀ ମାନଙ୍କୁ ପକ୍କାଘର ଦେବେ ମୋଦି ସରକାର । ଏବେ ବି ଅନେକ ଆଦିମ ଜନଜାତି ପଛୁଆ ଅଛନ୍ତି । ଗମନାଗମନ, ସ୍ବାସ୍ଥ୍ୟ ସେବା ଭଳି ମୌଳିକ ସୁବିଧା ସେମାନଙ୍କ ନିକଟରେ ପହଞ୍ଚି ପାରିନାହିଁ । ତେଣୁ ଆଦିମ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଵତନ୍ତ୍ର ପଦକ୍ଷେପ ନେଇଛନ୍ତି  ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।

ଶିକ୍ଷା, ସ୍ବାସ୍ଥ୍ୟ, ଦକ୍ଷତା ବିକାଶ, ସ୍ୱଚ୍ଛ ପାନୀୟ ଜଳ, ପକ୍କା ଘର, ବିଜୁଳି ଆଦି ମୌଳିକ ସୁବିଧା ଆଦିମ ଆଦିବାସୀଙ୍କୁ ଯୋଗାଇ ଦିଆଯିବ। କେନ୍ଦ୍ର ସରକାରଙ୍କ ୯ଟି ବିଭାଗ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ କିଛି ଦିନ ପୂର୍ବରୁ ଆଦିବାସୀ ବ୍ୟାପାର ବିଭାଗ ଅନ୍ୟ ୯ଟି ବିଭାଗ ସହ ମିଶି ୱାର୍କସପ କରିଥିଲେ । ଯେଉଁଠି ଆଦିବାସୀ ମନେ ବସବାସ କରୁଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ଆବାସ ଘର କରି ପାରିବେ । ବିଭିନ୍ନ କଟକଣାକୁ ଦୂର କରି କେମିତି ଆଦିମ ଆଦିବାସୀ ମାନଙ୍କୁ ପକ୍କା ଘର ମିଳିପାରିବ ସେଥିପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି ।

ଅନ୍ୟପଟେ ୨୩ ବର୍ଷ ମଧ୍ୟରେ ଆଦିବାସୀଙ୍କ ପାଇଁ ବିଜେଡି କଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ବିଶ୍ୱେଶ୍ୱର । କେନ୍ଦ୍ର ସରକାରଙ୍କ ଯୋଜନାକୁ ରୂପାନ୍ତରଣ ନାଁ ଦେଇ ରାଜ୍ୟ ସରକାର ହାଇଜାକ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ଯୋଜନା ଆଦିମ ଆଦିବାସୀଙ୍କ ନିକଟରେ ପହଞ୍ଚାଇବାକୁ ରାଜ୍ୟ ସରକାର ସହଯୋଗ କରୁନଥିବା କହିଛନ୍ତି ବିଶ୍ୱେଶ୍ୱର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe