କନକ ବ୍ୟୁରୋ: କିରୋସିନ ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀଙ୍କ ଚିଠିର ଉତର ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ବିପନ୍ନଙ୍କୁ ୧ ହଜାର କିଲୋ ଲିଟର ତେଲ ଯୋଗାଇଦିଆଯାଇଛି । ୩ କୋଟି ୨୦ ଲକ୍ଷ ଟଙ୍କାର କିରୋସିନ ଯୋଗାଇଦିଆଯିବ । ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦିଆଯିବ । ବାତ୍ୟା ପରେ ପର୍ଯ୍ୟାପ୍ତ ପରିମାଣର ତେଲ ମହଜୁଦ ଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଉଲ୍ଲେଖ ଥାଉ କି, ‘ଫୋନି’ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ୩ ତାରିଖରେ ହୋଇଥିବା ପ୍ରୟଳୟଙ୍କାରୀ ବାତ୍ୟାରେ ଅଧିକ ପ୍ରଭାବିତ ହୋଇଛି ପୁରୀ ଜିଲ୍ଲା । ତେଣୁ ପୁରୀ ଜିଲ୍ଲାର ପ୍ରଭାବିତ ଲୋକଙ୍କୁ ଅତିରିକ୍ତ କୋଟାରେ ଆଉ ଏକ ହଜାର ଲିଟର କିରୋସିନ ତେଲ ଯୋଗାଇ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ।
ବାତ୍ୟା ‘ଫୋନି’ ପ୍ରଭାବରେ ପୁରୀରେ ବିଦ୍ୟୁତ୍ ସେବା ଅଧିକ ବାଧାପ୍ରାପ୍ତ ହୋଇଛି । ତେଣୁ ଏଠାରେ ବିଦ୍ୟୁତ୍ ସେବା ଯୋଗାଇଦେବା ନେଇ ତ୍ୱରିତ କାର୍ଯ୍ୟ ଚାଲୁଥିଲେ ମଧ୍ୟ ବିଦ୍ୟୁତ୍ ଯୋଗାଣରେ ବିଳମ୍ବ ହୋଇପାରେ । ପ୍ରଭାବିତଙ୍କ ପାଇଁ ଆଲୋକର ମାଧ୍ୟମ ବର୍ତ୍ତମାନ କିରୋସିନ୍ ଉପରେ ନିର୍ଭର କରୁଛି । ତେଣୁ ତୁରନ୍ତ ଏହି ଅତିରିକ୍ତ ୧ ହଜାର ଲିଟର କିରୋସିନ ତେଲ ପ୍ରଦାନ କରିବାକୁ ଚିଠି ଦ୍ୱାରା ଧର୍ମେନ୍ଦ୍ରଙ୍କୁ ଅବଗତ କରାଇଥିଲେ ନବୀନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/NAVEEN-DHARMENDRA.jpg)
/kanak/media/post_attachments/wp-content/uploads/2019/05/vlcsnap-2019-05-13-13h52m37s619-300x220.png)
/kanak/media/post_attachments/wp-content/uploads/2019/03/m53co35c_naveen-patnaik-odisha-pti_625x300_18_March_19-300x185.jpg)