ଦେଶରେ କରୋନା ଟିକା ଅପଚୟକୁ ନେଇ ଚିନ୍ତିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଦେଶରେ ନଷ୍ଟ ହେଲାଣି ୪୯ ଲକ୍ଷ କୋଭିଡ ଟିକା ।

138

କନକ ବ୍ୟୁରୋ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଟିକାକରଣ ଚାଲିଥିବା ବେଳେ ଟିକା ଅପଚୟକୁ ନେଇ ସରକାରଙ୍କ ଚିନ୍ତା ବଢିଯାଇଛି । ଆଜି ମୁଖମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା କରିବା ବେଳେ ଏନେଇ ଖୋଦ୍ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକାଶ କରିବା ସହ ରାଜ୍ୟ ଗୁଡିକ ସତର୍କ କରାଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ଏପର୍ଯ୍ୟନ୍ତ ସାରା ଦେଶରେ ୭ କୋଟି ୫୪ଲକ୍ଷ କରୋନା ଭ୍ୟାକସିନ ଡୋଜ ଦିଆଯାଇଛି । ଯଦି ଏହାର ୬ ଦଶମିକ ୫ ପ୍ରତିଶତ ହିସାବ କରାଯାଏ ତେବେ ଦେଶରେ ଏପର୍ଯନ୍ତ ପ୍ରାୟ ୪୯ ଲକ୍ଷ ଟିକା ଅପଚୟ ହୋଇଯାଇଛି । ସାରା ଦେଶରେ ଏବେ ଯେତିକି ଟିକା ମହଜୁଦ ରହିଛି ତାର ୬ ଦଶମିକ ୫ ପ୍ରତିଶତ ଟିକା ଅପଚୟ ହୋଇଛି ।

ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ଟିକା ନଷ୍ଟ ହୋଇଛି । ତେଲେଙ୍ଗାନାରେ ୧୭ ଦଶମିକ ୬ପ୍ରତିଶତ ଓ ଆନ୍ଧ୍ରରେ ୧୧ ଦଶମିକ ୬ ପ୍ରତିଶତ ଟିକା ଅପଚୟ ହୋଇଛି । ଟିକା ଯେପରି ନଷ୍ଟ ନହୁଏ ସେନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଗୁଡିକୁ ସତର୍କ କରିଦିଆଯାଇଛି । ଅପରପକ୍ଷରେ ମିତ୍ର ରାଷ୍ଟ୍ର ଗୁଡିକା ଭାରତ ଟିକା ଯୋଗାଇବା ନେଇ ହୋଇଥିବା ତର୍କା ମଧ୍ୟ ଜବାବ ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଦେଶରେ ୭ କୋଟି ୫୪ ଲକ୍ଷ କରୋନା ଭ୍ୟାକସିନ ଡୋଜ ଦିଆସରିଛି, ଏବଂ ଏପରି ସ୍ଥିତିରେ ଭାରତକୁ ଅଗ୍ରାଧିକାର ନଦେଇ ଅନ୍ୟ ଦେଶ ଟିକା ଯୋଗାଇବା ନେଇ ଅଭିଯୋଗ ଭିତିହୀନ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ।