ତେଜିଲା ମୋଦି – ଦିଦି ଲଢେଇ । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ନେବା ପାଇଁ କେନ୍ଦ୍ରର ଚିଠି ।

2,379

କନକ ବ୍ୟୁରୋ: ତେଜିଲା ମୋଦି – ଦିଦି ଲଢେଇ । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ନେବା ପାଇଁ କେନ୍ଦ୍ରର ଚିଠି । ଅଳ୍ପନ ବନ୍ଦୋପାଧ୍ୟାୟଙ୍କୁ ତୁରନ୍ତ ରିଲିଭ କରିବାକୁ ଚିଠି । ମେ ୩୧ ସକାଳ ୧୦ଟା ସୁଦ୍ଧା ଦିଲ୍ଲୀରେ ରିପୋର୍ଟ କରିବାକୁ ଚିଠିରେ ଉଲ୍ଲେଖ । ତେବେ ଆଜି ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରାଇଥିଲେ ମୁଖ୍ୟମନ୍ତ୍ରୀ ମମତା । ବାତ୍ୟା ,ମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିଲେ ବି ବୈଠକକୁ ୩୦ ମିନିଟ୍ ବିଳମ୍ବରେ ଆସିଥିଲେ ମମତା ଏବଂ ତାଙ୍କ ମୁଖ୍ୟ ଶାସନ ସଚିବ । ଆଉ ଏହି ଘଟଣାକୁ କେଇଁ ଘଣ୍ଟା ନପୂରୁଣୁ ମୋଦି କେନ୍ଦ୍ରରୁ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଚିଠି ଆସିଛି । ଯାହା ମୋଦି- ଦିଦି ବିବାଦକୁ ଆହୁରି ଉଖୁରାଇ ଦେଇଛି ।

ତେବେ ପଶ୍ଚିମବଙ୍ଗ ନିର୍ବାଚନର ପ୍ରାୟ ଏକ ମାସ ପରେ ପ୍ରଥମ ଥର ପାଇଁ ମୁହାଁମୁହିଁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବାତ୍ୟା ୟାସର କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିବା ପରେ ପ୍ରଧାନମନ୍ତ୍ରୀ କଲାଇକୁଣ୍ଡାରେ ସମୀକ୍ଷା ବୈଠକ କରିଥିଲେ । ପୂର୍ବରୁ ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଉପସ୍ଥିତ ରହିଥିବା ବେଳେ ମମତା ବାନାର୍ଜୀ ପ୍ରାୟ ଅଧଘଂଟା ଡେରିରେ ପହଂଚିଥିଲେ । କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି, ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ମଧ୍ୟ ଡେରିରେ ପହଂଚିଥିଲେ । ପରେ ବାତ୍ୟା କ୍ଷୟକ୍ଷତିର ଏକ ଦସ୍ତାବିଜ ପ୍ରଧାନମନ୍ତ୍ରୀଙ୍କୁ ଦେଇ ବୈଠକରୁ ଚାଲିଯାଇଥିଲେ ମମତା ବାନାର୍ଜୀ । ଯାହା କେନ୍ଦ୍ର ସରକାର ଓ ତୃଣମୂଳ କଂଗ୍ରେସ ମଧ୍ୟରେ ପୁଣି ମୁହାଁମୁହିଁ ସ୍ଥିତି ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଥିଲା ଆଉ ଏବେ କେନ୍ଦ୍ରରୁ ଏମିତି ଚିଠି ସେ ସନ୍ଦେହକୁ ସ୍ପଷ୍ଟକରିଛି ।