କରୋନାର ଉଦବେଗଜନକ ସ୍ଥିତି ଭିତରେ ଆଡଭାଇଜରୀ ଜାରି କଲେ କେନ୍ଦ୍ର ସରକାର : ସଂକ୍ରମଣ ବଢ଼ୁଥିବା ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ପାଇଁ ରାଜ୍ୟଗୁଡିକୁ ପରାମର୍ଶ 

କଣ୍ଟେନମେଣ୍ଟ ଜୋନ୍ ନିୟମ କଡ଼ାକଡ଼ି ଲାଗୁ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ 

193

କନକ ବ୍ୟୁରୋ : ଦେଶରେ ହୁ ହୁ ହୋଇ କରୋନା ବଢ଼ୁଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାରି କରିଛି ଆଡଭାଇଜରୀ । କଣ୍ଟେନମେଣ୍ଟ ଜୋନ ଉପରେ ଫୋକସ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ କୁହାଯାଇଛି । ଯେଉଁ ଅଂଚଳରେ ସଂକ୍ରମଣରେ ବ୍ରେକ୍ ଲାଗୁନି, ସେହି ଅଂଚଳକୁ କଣ୍ଟେନମେଣ୍ଟ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ।

ତା’ ସହ ଯେଉଁମାନେ କୋଭିଡ୍ ନିୟମର ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ ବିରୋଧରେ ଅଧିକ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଅଂଚଳରେ ଟେଷ୍ଟ ପଜିଟିଭିଟି ହାର ୧୦ ପ୍ରତିଶତରୁ ଅଧିକ ରହିବ ଓ ୬୦ ପ୍ରତିଶତରୁ ଅଧିକ ରୋଗୀଙ୍କ ପାଇଁ ଆଇସିୟୁ ଓ ଅକ୍ସିଜେନର ଆବଶ୍ୟକତା ପଡ଼ୁଥିବ, ସେହିସବୁ ଅଂଚଳ ଉପରେ ଅଧିକ ଧ୍ୟାନ ଦେବାକୁ କୁହାଯାଇଛି ।