ସରକାରଙ୍କ ବଡ ଘୋଷଣା । ପ୍ରାଣ ପ୍ରତିଷ୍ଠା ଦିବସରେ ଅଧାଦିନ ବନ୍ଦ ରହିବ ଦେଶର ସରକାରୀ କାର୍ଯ୍ୟାଳୟ

343

କନକ ବ୍ୟୁରୋ : ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି କି, ଏହି ଦିନ ସାରା ଦେଶରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଅଧାଦିନ ବନ୍ଦ ରହିବ । ଜନ ଭାବନାକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହ ସେ କହିଛନ୍ତି କି, ଲୋକମାନେ ଘରେ ରହି ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଦେଖିପାରିବେ । ସମସ୍ତ ସରକାରୀ କାର୍ଯ୍ୟାଳୟ ଜାନ୍ରୁ୍ରଆରୀ ୨୨ ତାରିଖ ସକାଳୁ ୨.୩୦ ମିନିଟ ପର୍ଯ୍ୟନ୍ତ ବନ୍ଦ ରଖାଯାଇପାରେ ।