ପ୍ରଶ୍ନପତ୍ର ଲିକ ମାମଲାରେ ଦୃଢ ଆଇନ ଆଣିଲେ କେନ୍ଦ୍ର ସରକାର । ଦୋଷୀ ସାବ୍ୟସ୍ତ ହେଲେ ୧ କୋଟି ଜରିମାନା ସହ ୧୦ ବର୍ଷ ଯାଏଁ ହୋଇପାରେ ଜେଲ ଦଣ୍ଡ

145

କନକ ବ୍ୟୁରୋ : ପ୍ରାୟ ସବୁବେଳେ କୌଣସି ନା କୌଣସି ପରୀକ୍ଷା ସମୟରେ ପ୍ରଶ୍ନ ପତ୍ର ଲିକ୍ କିମ୍ବା ଅନିୟମିତତାକୁ ନେଇ ନାନା ଅବହେଳା ସାମ୍ନାକୁ ଆସୁଛି । ଏଥି ପାଇଁ ପରୀକ୍ଷାର୍ଥୀ ନାହଁ ନଥିବା ହନ୍ତସନ୍ତ ହେଉଛନ୍ତି । ଦିନକୁ ଦିନ ଏମିତି ଘଟଣା ବଢିବାରେ ଲାଗିଛି ଏ ଅସୁବିଧାକୁ ସମାଧାନ କରିବା ପାଇଁ ଚଳିତ ବର୍ଷ କେନ୍ଦ୍ର ସରକାର ନୂଆ ନିୟମ ଆଣିଛନ୍ତି ।

କେନ୍ଦ୍ରସରକାରଙ୍କ ଦ୍ୱାରା ପରିଚାଳିତ ଏସଏସସି, ଜେଇଇ, ନିଟ, ସିୟୁଇଟି ଓ ୟୁପିଏସସି ଭଳି ସଂସ୍ଥା ଗୁଡିକ ବିଭିନ୍ନ ପରୀକ୍ଷା ପରିଚାଳନା କରିଥାଏ । । ଏହା ଦ୍ୱାରା ବିଭିନ୍ନ ସରକାରୀ ପଦ ପଦବୀ ପାଇଁ ନିଯୁକ୍ତି ଦିଆ ଯାଇଥାଏ । ଏହି ପରୀକ୍ଷାରେ ମଧ୍ୟ ଅନେକ ଅନିୟମିତତା ଦେଖିବାକୁ ମିଳୁଛି । ଏସବୁରେ ନିୟନ୍ତ୍ରଣ ଆଣିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଥିବା ବେଳେ ଏହି ମାମଲାରେ ଦୋଷୀକୁ ମୁକୁଳାଇବା କିମ୍ବା ବୁଝାସୁଝା କରି ମାମଲା ରଫା ଦଫା କରିବା ସମ୍ଭବ ହେବ ନାହିଁ ।

ଆସନ୍ତୁ ଜାଣିବା ନୂଆ ନିୟମରେ କିଭଳି ରହିଛି ଦଣ୍ଡ ବ୍ୟବସ୍ଥା
ଏହି ବିଧେୟକର ବ୍ୟବସ୍ଥାକୁ ଉଲଂଘନ କଲେ ସର୍ବନିମ୍ନ ୩ ରୁ ୫ ବର୍ଷ ଜେଲ ଦଣ୍ଡ ଓ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା
ଏହି ବିଲରେ ସଂଗଠିତ ଅପରାଧ ପାଇଁ ୫ ରୁ ୧୦ ବର୍ଷ ଜେଲଦଣ୍ଡ ଓ ସର୍ବନିମ୍ନ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ପ୍ରାବଧାନ
ନିୟମ ଉଲଂଘନ ଓ ଆନୁପାତିକ ପରୀକ୍ଷା ଖର୍ଚ୍ଚ ଆଦାୟ କଲେ ସେବା ପ୍ରଦାନକାରୀଙ୍କ ଠାରୁ ୧ କୋଟି ଟଙ୍କାର ଜରିମାନା ଆଦାୟ କରାଯିବ ।