କେନ୍ଦ୍ର ସରକାର ବଢାଇବେ କି ଲକଡାଉନ ଅବଧି ? ଦିନକୁ ଦିନ କରୋନା ସ୍ଥିତି ନେଇ ବଢୁଛି ଚିନ୍ତା । ତାଲାବନ୍ଦ ବଢାଇବାକୁ ରାଜ୍ୟ ଓ ବିଶେଷଜ୍ଞଙ୍କ ପ୍ରସ୍ତାବ

ଦେଶରେ ଲକଡାଉନ୍ ହଟିବା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ: ତାଲାବନ୍ଦ ଅବଧୀ ନେଇ ନେବେ ମତାମତ

କନକ ବ୍ୟୁରୋ: ବଢିବ କି ଲକଡାଉନ ଅବଧି ? ଦେଶରେ ପୁଣି ବଢିପାରେ ଲକଡାଉନର ସମୟସୀମା? ତାଲାବନ୍ଦର ଅବଧି ବଢାଇବା ନେଇ ଚିନ୍ତା କରୁଛି କେନ୍ଦ୍ର । କରୋନା ସ୍ଥିତିକୁ ଦେଖି ଲକଡାଉନ ଅବଧି ବୃଦ୍ଧି କରିବାକୁ ସରକାରୀ ସ୍ତରରେ ଚିନ୍ତା କରାଯାଉଥିବା ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ଟ୍ୱିଟରେ ସୂଚନା ।

ତେବେ କରୋନା ମୁକାବିଲା ପାଇଁ ଅନେକ ରାଜ୍ୟ ଲକଡାଉନ ବଢାଇବା ପାଇଁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ବିଶେଷଜ୍ଞମାନେ ମଧ୍ୟ ଏ ବାବଦରେ କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ତେବେ କରୋନା ମୁକାବିଲା ପାଇଁ ସାରା ଭାରତକୁ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି । ଏପ୍ରିଲ ୧୪ ଯାଏଁ ଲକଡାଉନ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ଆଉ ପୁଣି ଲକଡାଉନ ବଢିବ କି ନାହିଁ ସେନେଇ ଚିନ୍ତା କରୁଛି କେନ୍ଦ୍ର ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe