କନକ ବ୍ୟୁରୋ : ଦେଶର କରୋନା ସଂକ୍ରମଣର ଲହର , ଭୂତାଣୁର ଲକ୍ଷଣ ପରିବର୍ତ୍ତନ କୁ ନଜର କଲେ ଆମେ ଅନୁମାନ କରିପାରିବା ଯେ କରୋନାର ତୃତୀୟ ସଂକ୍ରମଣ ବି ଆସିପାରେ । ଏଥିରୁ ଦେସବାସୀଙ୍କୁ କେବଳ ଟିକାକରଣରୁ ରକ୍ଷା କରିହେବ. ଯାହାକି ବୈଜ୍ଞାନିକଙ୍କ ମତ । ଟିକାକରଣ ଜରୁରୀ ଏକଥା ବିରୋଧି ଓ ସୁପ୍ରିମକୋର୍ଟ ବାରମ୍ବାର ସରକାରକୁ ଚାପରେ ପକାଇବା ଫଳରେ ପ୍ରଧାନମନ୍ତ୍ରୀ ୩ ଦିନ ମଧ୍ୟରେ ଟିକାକରଣକୁ ନେଇ ୩ ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିସାରିଲେଣି ।
ନୀତି ଆୟୋଗର ସଦସ୍ୟ ଡ. ବି.କେ ପାଲ କହିଛନ୍ତି କି କେନ୍ଦ୍ରସରକାର ୭୪ କୋଟି ଟିକାର ଖୋରାକ ବିଭିନ୍ନ ଟିକା ନିର୍ମାତା କମ୍ପାନୀ ମାନଙ୍କୁ ଅର୍ଡର ଦେଇଛନ୍ତି । ସେ କହିଛନ୍ତି କି ପୂର୍ବ ସପ୍ତାହରେ କିଛି ରାଜ୍ୟ ଦାବି କରିଥିଲେ କି କେନ୍ଦ୍ର ଟିକା କିଣି ରାଜ୍ୟମାନଙ୍କୁ ଆବଣ୍ଟିତ କରୁ । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ କୋଭିସିଲ୍ଡ କମ୍ପାନୀକୁ ୨୫ କୋଟି ଖୋରାକ, କୋଭାକ୍ସିନ କମ୍ପାନୀକୁ ୧୯ କୋଟି ଓ ଇ-ବାୟୋଲୋଜି କମ୍ପାନୀରୁ ସେପ୍ଟେମ୍ବର ସୁଦ୍ଧା ଉତ୍ପାଦନ ହେବାକୁ ଥିବା ୩୦ କୋଟି ଟିକାର ଖୋରାକ ବୁକିଂ କରାଯାଇଛି । ଏହି ୭୪ କୋଟି ଟିକା ଖୋରାକର ମୋଟି ମୂଲ୍ୟର ୩୦ ପ୍ରତିଶତ କେନ୍ଦ୍ର ସରକାର କମ୍ପାନୀ ମାନଙ୍କୁ ଅଗ୍ରୀମ ଦେବେ ।
#LargestVaccineDrive#Unite2FightCorona#COVID वैक्सीन की डोज़ को अगस्त से दिसंबर के बीच ही वितरित किया जाएगा, इसके लिए ऑर्डर प्रक्रिया पूरी कर दी गई है, जल्द ही समयसीमा भी जारी कर दी जाएगी।
-डॉ. वी. के. पॉल, सदस्य, स्वास्थ्य, @NITIAayog@PMOIndia@drharshvardhanpic.twitter.com/NhPOC0E2Es— Ministry of Health (@MoHFW_INDIA) June 8, 2021
ଅନ୍ୟପଟେ ଆଉକିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ୍ ଗୁଲେରିଆ । ସେ କହିଛନ୍ତି କି ତୃତୀୟ ଲହର ଶିଶୁମାନଙ୍କ ପ୍ରତି ବେସି ବିପଦ ଆଣିବ ସେନେଇ କିଛି ଡାଟା ନାହିଁ ।
କହିରଖୁ କି ପ୍ରଥମ ୩ ଦିନ ମଧ୍ୟରେ ପ୍ରଥମଦିନ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ବୟସ୍କଙ୍କୁ ମାଗଣା ଟିକା ଯୋଗାଇବା ନେଇ ସ୍ପଷ୍ଟ କରିବା ପରେ , ଗତକାଲି ଟିକାକରଣର ତାରଖ ଘୋଷଣା କରିବା ପରେ ଆଜି ୭୪ କୋଟି ଟିକା ବୁକିଂ କରିବା ଦେଶର ଟିକାକରଣ ଅଭିଯାନକୁ ଦ୍ରୁତ କରିବ ବୋଲି ଆଶା କରାଯାଉଛି ।